Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୋଷ ଯାତ୍ରା ପରେ ବନ୍ତିଲୋ ରେ ହେଲା ରଥଯାତ୍ରା l

ଅସ୍ତରଙ୍ଗ,୨୮।୬():ଅସ୍ତରଙ୍ଗ ବ୍ଲକ ବନ୍ତୀଲୋର ଜଗନ୍ନାଥ ମନ୍ଦିର କମିଟି ଓ ସ୍ଥାନୀୟ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଆଜି ମହାସମାରୋହରେ ରଥଯାତ୍ରା ସମାପନ ହୋଇଛି। ପୁରୀ ଘୋଷଯାତ୍ରାରେ ମହାପ୍ରଭୁ ରଥ ଉପରେ ପହଣ୍ଡି ବିଜେ କରିବା ପରଦିନ ଏଠାରେ ରଥ ଟଣା ହେବା ପୁର୍ବ ପୁରୁଷରୁ ଏକ ନିଆରା ପରମ୍ପରା ରହିଆସିଛି।ଅନାଦି କାଳରୁ ବନ୍ତୀଲୋ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଅସ୍ତରଙ୍ଗ ଅଞ୍ଚଳର ଏହା ସବୁଠୁ ବଡ ରଥ ବୋଲି କୁହାଯାଉଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗ ଦେଇଥିଲେ।ଠାକୁରଙ୍କ ନୀତିକାନ୍ତି ପରେ ରଥ ଟଣା ଆରମ୍ଭ ହୋଇ ଡାହୁକର ଡାକ ତାଳେ ତାଳେ ଏଠି ରଥ ଟାଣି ସମସ୍ତେ ଆନନ୍ଦ ବିଭୋର ହୋଇଥିଲେ ।
ଅପରାହ୍ନ ୩ଟାରେ ରଥ ଟଣା ପାଇଁ ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇ ୫ଟା ସୁଧା ରଥ ପଡିଆରେ ଠାକୁର ପହଞ୍ଚିଥିଲେ।ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରିବା ଓ ଭୋଗରାଗ କରିବାକୁ ଭକ୍ତମାନେ ଭିଡ ଜମାଇଥିଲେ। ସନ୍ଧ୍ୟାରୁ ଠାକୁରଙ୍କ ଦର୍ଶନ ପାଇଁ ସ୍ଥାନୀୟ ଲୋକେ ଆହୁରି ଭିଡ ଜମାଇବା ଓ ରଥ ପଡିଆରେ ପଡିଥିବା ଦୋକାନରୁ ବିଭିନ୍ନ ଜିନିଷ ପତ୍ର କିଣିବା ଦେଖିବାକୁ ମିଳିଛି।ଆସନ୍ତା କାଲି ସକାଳୁ ନୀତିକାନ୍ତି ପରେ ତିନି ଠାକୁର ମାଉସୀ ମା’ ମନ୍ଦିରକୁ ବିଜେ କରିବେ ବୋଲି ସ୍ଥାନୀୟ କମିଟି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପରିଡ଼ା ଓ ସମ୍ପାଦକ କେଦାର ରାଉତ ସୂଚନା ଦେଇଛନ୍ତି।ରଥଯାତ୍ରା ସୂଚାରୂପେ ସମ୍ପାଦନା ହେବା ସମେତ ଭକ୍ତମାନେ ଆନନ୍ଦର ସହ ଦର୍ଶନ କରିଛନ୍ତି।ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅସ୍ତରଙ୍ଗ ଥାନା ପକ୍ଷରୁ ବ୍ୟବସ୍ଥା ହେବା ସମେତ ସମସ୍ତ କାର୍ଯ୍ୟରେ ସ୍ଥାନୀୟ ଲୋକେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ