Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର:ଆଜି ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଅଷ୍ଟମ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ଅହିଂସା ଉପରେ ଆଲୋକପାତ କରି ଡ଼. ମୀନକେତନ ପାଠୀ,ସାଧାରଣ ଜୀବନ ରେ ଅହିଂସା ର ଆବଶ୍ୟକତା ଉପରେ ବିଭିନ୍ନ ଉଦାହରଣ ସହ ବୁଝେଇ ପିଲାଙ୍କୁ ହିଂସା ଠାରୁ ଦୂରେଇ ରହିବାକୁ ଉପଦେଶ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ ରେ ନିରନ୍ତର ବିକାଶ ଉପରେ ଆଲୋଚନା କରି ଇ.ସୁଶାନ୍ତ କୁମାର ଗୁରୁ ବିକାଶ ର ଵିଭିନ୍ନ ଦିଗ ଓ ଉତ୍ସ ଉପରେ ବକ୍ତବ୍ୟ ରଖି ସାମାଜିକ,ଅର୍ଥନୈତିକ ଓ ପ୍ରଦୂଷଣ କୁ ଅକ୍ଷୁର୍ଣ୍ଣ ରଖି ଘରେ ଓ ବାହାରେ କିପରି ଆମେ ପରିବେଶ କୁ ସୁସ୍ଥ ରଖିପାରିବ୍ବା ସେ ବିଷୟ ରେ ସୂଚନା ଦେଇ ଦଳଗତ ଆଲୋଚନା ମାଧ୍ୟମରେ ପିଲାଙ୍କୁ ସଚେତନ କରେଇଥିଲେ।କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଂଡା ଆରମ୍ଭରୁ ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାପ୍ରଦାନ ସହ ସମସ୍ତ କର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ। ସମ୍ପାଦକ ରଘୁନାଥ ମିଶ୍ର, ପ୍ରୋ ଶଙ୍କର ପତି, ସେବକ ତ୍ରିପାଠୀ,ପୃଥ୍ୱୀରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ