ସମ୍ବଲପୁର: ଦ୍ଵିତୀୟ ମାସ ଶିକ୍ଷା କର୍ମଶାଳା ସମ୍ପ୍ରତି ବଂସରା କଲ୍ୟାଣ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି।ସାମୁହିକ ପ୍ରାର୍ଥନା ପରେ ନୈତିକ ଶିକ୍ଷା ଆଧାରରେ ପରିବାର ରେ ଶୃଙ୍ଖଳା ଓ ଗୁରୁଜନ ଙ୍କ ପ୍ରତି ଆଚରଣ,ଦୈନିକ ଜୀବନ ଶୈଳୀ ଓ ସବୁବେଳେ ସକରାତ୍ମକ ଚିନ୍ତାଧାରା ନେଇ କାମ କରବାକୁ ଶିଖାବିଦ ରାଜେନ୍ଦ୍ର ପଣ୍ଡା ବିଭିନ୍ନ ଉଦାହରଣ ସହ ପିଲାଙ୍କୁ ବୁଝେଇଥିଲେ।ଏହି କର୍ମଶାଳା ରେ ସାତ ଜଣ ଅନାଥ ଝିଅ ଓ ଜଣେ ପୁଅ ନିଜ ମା ମାନଙ୍କ ସହ ଉପସ୍ଥିତ ଥିଲେ।ମା ମାନେ ଘରେ ପିଲାଙ୍କ ପାଠପଢା ଦେଖିବା ସହ ସଂସ୍କାର କିପରି ଦେବେ ସେ ବିଷୟ ରେ ଇ,ବିଭୁତି ନାରାୟଣ ମାଝୀ, ଓ ରାସବିହାରୀ ପଣ୍ଡା ବୁଝେଇଥିଲେ ,ହନୁମାନ ଭଜନ ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ ସହ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଛି।ସଭ୍ୟ ସୂର୍ଯ୍ୟ କୁମାର ପଣ୍ଡା,ସୀତା ରାମ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିବା ବେଳେ। ଶ୍ରୀ ଦୀପକ ପୂଜାରୀ ପ୍ରୋତ୍ସାହନ ଦେଇଥିଲେ। ଏହି କର୍ମଶାଳା ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଅନୁଷ୍ଠିତ ହେଉଛି।
ବଂସରା କଲ୍ୟାଣ ଆଶ୍ରମ ରେ ଅନାଥ ଶିଶୁ ଓ ମା ମାନଙ୍କ କର୍ମଶାଳା
