Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏମସି କର୍ମଚାରୀ ଙ୍କ ଘରୁ ୪୦ ଗ୍ରାମ ସୁନା ଓ ୧୦୦ ଗ୍ରାମ ରୁ ଉର୍ଧ ରୁପା ଅଳଙ୍କାର ଚୋରୀ …ଚାବି ପଡ଼ିଥିବା ଘରେ କରାଯାଉଛି ଟାର୍ଗେଟ…., ଟେର ପାଉନି ପୋଲିସ,

ଓଏମସି କର୍ମଚାରୀ ଙ୍କ ଘରୁ ୪୦ ଗ୍ରାମ ସୁନା ଓ ୧୦୦ ଗ୍ରାମ ରୁ ଉର୍ଧ ରୁପା ଅଳଙ୍କାର ଚୋରୀ …ଚାବି ପଡ଼ିଥିବା ଘରେ କରାଯାଉଛି ଟାର୍ଗେଟ…., ଟେର ପାଉନି ପୋଲିସ,
ଲକ୍ଷ୍ମୀପୁର ୩୦/୦୬ …..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଶନିବାର ରାତ୍ର ରେ ପୁଣି ହୋଇଛି ଚୋରୀ। ଓଏମସି ରେ କାର୍ଯ୍ୟରତ ଦୀପକ କୁମାର ମହାନ୍ତି ନାମକ  କର୍ମଚାରୀ ଗତ ସପ୍ତାହ ରେ ସେ ରହୁଥିବା ଭଡାଘରେ ତାଲା ପକାଇ ନିଜ ଗାଁ ରାଉରକେଲା ଯାଇଥିଲେ, ଛୁଟି ସରିବା ପରେ ଆଜି ଗାଁ ରୁ ଫେରି ଘରେ ପହଂଚି ସକାଳେ ଦେଖିବା ବେଳକୁ ଘର କବାଟ ଖୋଲା ଥିଲା। ଘର ମାଲିକ ଓ ସାହି ପଡୋଶୀ ଙ୍କୁ ଡାକି ଘର ଭିତରେ ପସି ସେ ଦେଖିବା ବେଳକୁ ଗଡ଼ରେଜ ଭଙ୍ଗା ଯାଇଛି ଓ ଭିତରେ ଥିବା ପ୍ରାୟ ୪୦ ଗ୍ରାମ ରୁ ଉର୍ଦ୍ଧ ସୁନା ଓ ରୂପା ସାମଗ୍ରୀ ଚୋରୀ ହୋଇଥିବା ଜାଣିବା କୁ ପାଇଥିଲେ।ପରେ ଲକ୍ଷ୍ମୀପୁର ପୋଲିସ ନିକଟରେ ଦୀପକ କୁମାର ମହାନ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, ଏସ ଆଇ ମାନସ ପ୍ରଧାନ,ପୋଲିସ ଟିମ ସହ ପହଂଚି  ଦେଖିଥିଲେ । ଆଜି ସାଇଣ୍ଟିଫିକ ଟିମ ଆସି ପାରିନଥିବା ବେଳେ ସୋମବାର ଆସିବେ ବୋଲି ଜଣାପଡିଛି।ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ବାରମ୍ବାର ଚୋରୀ ହେଉଥିଲେ ସୁଧା ପୋଲିସ ଟେର ପାଇ ପାରୁନି, ଅନେକ ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ର ସହାୟତା ନିଆ ଯାଉଥିଲେ  ସୁଧା କିଛି ସୁଫଳ ମିଳୁ ନଥିବାରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି। ଘରେ ତାଲା ପକାଇ ଅନ୍ୟତ୍ର ଯାଇଥିବା ଘରମାଲିକ ମାନଙ୍କୁ ଚୋର ସବୁବେଳେ କରୁଛନ୍ତି ଟାର୍ଗେଟ।
ଗତ ଚାରିଦିନ ତଳେ ଏକ ଅଙ୍ଗନବାଡି କେନ୍ଦ୍ର ର ତାଲା ଭାଙ୍ଗି ଏଲଇଡି ଟିଭି ଚୋରୀ ହୋଇଥିବା ବେଳେ
ଗତ ଦୁଇ ମାସ ତଳେ ପୂର୍ତ୍ତ ବିଭାଗର ଜଣେ ରାତ୍ର ଜଗୁଆଳିଙ୍କ ଘରେ ଏଲଇଡ଼ି ଟିଭି ଶହ କିଛି ସାମଗ୍ରୀ ଚୋରି ହୋଇଥିଲା.. ଏପରିକି  ଗତ ମାସରେ  ସାମ୍ବାଦିକ ଯୁଧିଷ୍ଠିର ବାଘ ଙ୍କ ଘରୁ ଦିନ ଦିପହର  ରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଚାରୋଟି ଘଟଣାରେ ପୋଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନଥିବା ବେଳେ ଆଜିର ଚୋରୀ ପୋଲିସ ପାଇଁ ପୁଣି ଚାଲେଞ୍ଜ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ