Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ଙ୍କୁ ଶିକ୍ଷକତା ରୁ ବିଦାୟ ଜଣାଇଲେ ଛାତ୍ରୀ ଛାତ୍ରଓ ଶିକ୍ଷୟିତ୍ରୀ ଶିକ୍ଷକ ।

ପଟ୍ଟାଙ୍ଗି୦୧/୦୭କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତ ଅଧିନସ୍ଥ ସାକିରାଇ ଏନ ୟୁ ପି ଏସ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ଜେନା ଙ୍କୁ ଉପସ୍ଥିତ ଛତ୍ରୀଛାତ୍ର , ଶିକ୍ଷୟିତ୍ରୀ ଶିକ୍ଷକ ଓ ଗ୍ରାମବାସୀ ସୋମବାର ଶିକ୍ଷକତା ରୁ ଜେନା ଙ୍କୁ ବିଦାୟ ଜଣାଇଛନ୍ତି । ସୂଚନା ମୁତାବକ ବିଦ୍ୟାଳୟର ଛାତ୍ରୀ ଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକ ମିଳିତରେ ଆୟୋଜିତ ବିଦାୟ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସାନ ସଡାପାଲି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନ ଶିକ୍ଷକ ଜେନା ଙ୍କ କାର୍ଯ୍ୟ ଶୈଳୀ ଠାରୁ ଆରମ୍ଭ କରି ଗ୍ରାମ ବାସିଙ୍କ ସହ ରଖି ଆସିଥିବା ସୁସମ୍ପର୍କ ସବୁବେଳେ ମନେ ରହିବ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପାଇଁ ସବୁବେଳେ ଉଦାହରଣ ହୋଇ ରହିବ ବୋଲି ପ୍ରକାଶ କରିବା ସହ ଉକ୍ତ ପ୍ରଧାନ ଶିକ୍ଷକ ଜେନା ସାର ଯେତେବେଳେ ବିଦ୍ୟାଳୟରେ ବା ଗ୍ରାମରେ ପହଞ୍ଚି ନିଜର ଦାଇତ୍ଵ ଆରମ୍ଭ କରିବା ପୁର୍ବରୁ ଗ୍ରାମ ବାସିଙ୍କ ସହ ଆଲୋଚନା କରି ନିଜର ସମ୍ପର୍କୀୟ ଭାବେ ଦୁଃଖ ସୁଖ ପଚାରି ବୁଝିବା ଶୈଳୀ ସବୁବେଳେ ମନେ ପକାଇବ ବୋଲି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଥିଲେ । ଶିକ୍ଷକତା ରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଜେନା ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ରେ ୧୯୬୫ ଜନ୍ମଗ୍ରହଣ କରି ନିଜର ଶିକ୍ଷକତା ଜୀବନ ୧୯୮୮ ମସିହାରେ କୋରାପୁଟ ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳ ତଳଗଲୁର ପଞ୍ଚାୟତ ର ତୁମ୍ବିଗୁଡା ଗ୍ରାମର ବିଦ୍ୟାଳୟ ରୁ ଆରମ୍ଭ କରି ବ୍ଲକ୍ ର ଅନ୍ୟତମ ପଞ୍ଚାୟତ ଗାଙ୍ଗରାଜପୁର ର ସାକିରାଇ ବିଦ୍ୟାଳୟରେ ନିଜର ଶିକ୍ଷକତା ଜୀବନ ସମାପ୍ତି କରିଥିଲେ । ଉକ୍ତ ଶିକ୍ଷକତା ଜୀବନ ମଧ୍ୟରେ ୨୦୨୦ ରୁ ୨୦୧୯ ପର୍ଯ୍ୟନ୍ତ ଶିକ୍ଷକତା କରିବା ସହ ସିଆରସିସି ଭାବେ ଦାଇତ୍ଵ ରେ ରହି ବିଭିନ୍ନ ବିଦ୍ୟାଳୟ ର ଶିକ୍ଷା କାର୍ଯ୍ୟକ୍ରମ ତଦାରଖ ସମୟରେ ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ପରିଦର୍ଶନ ସମୟରେ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ପାଠପଢାଇ ଫେରୁଥିଲେ । ଏହିପରି କି ଶିକ୍ଷକତା ରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଜେନା ୨୦୨୪ ମସିହାରେ ବ୍ଲକର ଉତ୍ତମ ଶିକ୍ଷକ ଭାବେ ସମ୍ମାନିତ ହୋଇଥିବା ସହ ୨୦୦୮ ମସିହାରେ ଜିଲ୍ଲାରେ ଶିକ୍ଷା ବିଭାଗ ପକ୍ଷରୁ ଜଣେ ସାହିତ୍ୟିକ ଓ ଡ୍ରାମା ରେ ଛାତ୍ରଛାତ୍ରୀ ଙ୍କୁ ଉତ୍ତର ନିର୍ଦ୍ଦେଶ ଦେଇଥିବା ଯୋଗୁଁ ମଧ୍ୟ ସମ୍ମାନିତ ହୋଇଥିଲେ । ପରିଶେଷରେ ସାକିରାଇ ବିଦ୍ୟାଳୟରେ ଉପସ୍ଥିତ ଛାତ୍ରଛାତ୍ରୀ , ଶିକ୍ଷୟିତ୍ରୀ ଶିକ୍ଷକ ଓ ଗ୍ରାମ ବାସି ଶିକ୍ଷକତା ରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଜେନା ଙ୍କୁ କାନ୍ଦ ବୋବାଳି ରେ ବିଦାୟ ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ