Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୦ ବର୍ଷୀୟ ମହିଳା ଶିକ୍ଷୟିତ୍ରୀଙ୍କୁ ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କୁ ବର୍ଷେ ଧରି ପଞ୍ଚତାରକା ହୋଟେଲରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇର ଏକ ନାମୀ ସ୍କୁଲର ଜଣେ ୪୦ ବର୍ଷୀୟ ମହିଳା ଶିକ୍ଷୟିତ୍ରୀଙ୍କୁ ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କୁ ଆଣ୍ଟି ଡିପ୍ରେସନ ଔଷଧ ଓ ମଦ ଦେଇ ବର୍ଷେ ଧରି ପଞ୍ଚତାରକା ହୋଟେଲ ସହ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଅଭିଯୋଗରେ ଦାଦର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ବିବାହିତା ହୋଇଥିବା ବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ଥିବା ନେଇ ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ ସ୍କୁଲର ନୃତ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଙ୍କ ସହ ସମ୍ପର୍କ ଗଢ଼ି ତାଙ୍କୁ ନିଜ କାରରେ ନେଇ ବିଭିନ୍ନ ନିର୍ଜନ ସ୍ଥାନ ଓ ପଞ୍ଚତାରକା ହୋଟେଲରେ ଦୁଷ୍କର୍ମ କରୁଥିଲେ। ଛାତ୍ରଙ୍କୁ ମାନସିକ ଚାପରୁ ମୁକ୍ତି ଦେବାର ବାହାନାରେ ଅଭିଯୁକ୍ତ ଶିକ୍ଷୟତ୍ରୀ ଜଣକ ଆଣ୍ଟି ଡିପ୍ରେସନ ଔଷଧ ଓ ମଦ ଦେଇ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ଶୋଷଣ କରୁଥିଲେ। ଖାଲି ଏତିକି ନୁହେଁ ଶିକ୍ଷୟିତ୍ରୀଙ୍କ ଜଣେ ବନ୍ଧୁ ମଧ୍ୟ ଉକ୍ତ ଛାତ୍ରଙ୍କୁ ଏହି ଆଚରଣକୁ “ସାଧାରଣ” ବୋଲି ବୁଝାଇ ଏହିପରି ବାରମ୍ୱାର କରିବାକୁ ପ୍ରରୋଚନା ଦେଉଥିବା ଜଣାପଡିଛି।

ଚଳିତ ବର୍ଷ ଆରମ୍ଭରେ ଛାତ୍ରଟି ତାଙ୍କ ସହ ଘଟୁଥିବା ଘଟଣା ସମ୍ପର୍କରେ ଜଣେ ବନ୍ଧୁଙ୍କୁ ଜଣାଇଥିଲେ। ତାଙ୍କ ବନ୍ଧୁ ତାଙ୍କୁ ଏନେଇ ସ୍କୁଲ କାଉନସେଲରଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଛାତ୍ର ଜଣଙ୍କ ଏନେଇ କୌଣସି ଅଭିଯୋଗ କରିନଥିଲେ। ତେବେ ସେ ନିଜ ଉଚ୍ଚ ମାଧ୍ୟମିକ ପରୀକ୍ଷା ସାରି ଘରେ ରହୁଥିବା ବେଳେ ଅଭିଯୁକ୍ତ ଶିକ୍ଷୟତ୍ରୀ ଜଣଙ୍କ ନିଜ ଘରୋଇ ସହାୟକଙ୍କ ହାତରେ ତାଙ୍କୁ ଆଉଥରେ ଭେଟିବା ପାଇଁ ଡାକିଥିଲେ। ଶେଷରେ ବାଧ୍ୟ ହୋଇ ଛାତ୍ର ଜଣଙ୍କ ଘଟିଥିବା ସମସ୍ତ ଘଟଣା ବିଷୟରେ ନିଜ ବାପା ମାଙ୍କୁ ଜଣାଇଥିଲେ। ଏହାପରେ ଉକ୍ତ ଛାତ୍ରଙ୍କ ପିତାମାତା ଏନେଇ ପୋଲିସ ନିକଟରେ ଅଭିଯୋଗ ଦାୟର କରିଥିଲେ।

ଅଭିଯୁକ୍ତ ଶିକ୍ଷୟିତ୍ରୀ ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇ ପୋଲିସ ହେପାଜତରେ ରଖାଯାଇଛି। ସେମାନଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ସହ ଆଇପିସି ଧାରା ୩୭୬ (ଦୁଷ୍କର୍ମ), ୩୨୮ (ବିଷ ଦେଇ କ୍ଷତି), ୫୦୬ (ଅପରାଧୀୟ ଧମକ), ଓ ୩୪ (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଶିକ୍ଷୟିତ୍ରୀଙ୍କ ସହ ଅନ୍ୟ ଛାତ୍ରମାନଙ୍କ ସହ ସମ୍ପର୍କ ଓ ବିଭିନ୍ନ ଡିଜିଟାଲ ପ୍ଲାଚଫର୍ମ ମାଧ୍ୟମରେ ତାଙ୍କ ସହ କରିଖିବା କାର୍ଯ୍ୟକଳାପର ଯାଞ୍ଚ କରୁଛି।

ଏହି ଘଟଣା ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। କୋଲକାତା ଲ କଲେଜ ଛାତ୍ରୀ ଦୁଷ୍କର୍ମ ମାମଲା ଥଣ୍ଡା ହୋଇନଥିବା ବେଳେ ମାୟାନଗରୀରରୁ ଆସିଥିବା ଏହି ଘଟଣା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ