Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ଙ୍କୁ ସ୍ୱାଗତ….ମହାବିଦ୍ୟାଳୟ ର ସମସ୍ୟା ଉପରେ କଲେ ଦୃଷ୍ଟି ଗୋଚର..

ଲକ୍ଷ୍ମୀପୁର ୦୪/୦୭ .. ଦୁଇଦିନିଆ କୋରାପୁଟ ଗସ୍ତ ରେ ଆସିଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଲକ୍ଷ୍ମୀପୁର ର ଦଳୀୟ କର୍ମୀ ଓ ମହାବିଦ୍ୟାଳୟ ର କର୍ମଚାରୀ ଙ୍କ ଦ୍ୱାରା ବିପୁଳ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପ୍ରଥମେ  ବିଜେପି ବିଧାୟକ ପ୍ରାଥୀ କୈଳାଶ କୁଲେସିକା ଓ ଦଳୀୟ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ସମ୍ପାଦକ ଅଗସ୍ତି ହାଲବା, ବିଜେପି ଯୁବ ସଭାପତି ମନୋଜ ସାହୁ, ଆଦିବାସୀ ମୋର୍ଚା ଜିଲ୍ଲା ଉପସଭାପତି ଉଦୟ ହିକକା,ମଣ୍ଡଳ ସମ୍ପାଦକ ପରମା ଖରା ପ୍ରମୁଖ ଉପସ୍ଥିତ ରହି ମହାବିଦ୍ୟାଳୟ ରେ ଲାଗି ରହିଥିବା ସମସ୍ୟା ଉପରେ ଆଲୋକ ପାତ କରିଥିଲେ। ବିଶେଷ କରି ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ସକାଶେ ହଷ୍ଟେଲ ଦୀର୍ଘ ବର୍ଷ ହେଲା ତିଆରି ହୋଇଥିଲେ ସୁଧା  ଆବଶ୍ୟକ କର୍ମଚାରୀ ନଥିବା କାରଣରୁ ଖୋଲା ଯାଇ ପାରୁ ନଥିବା, ଅର୍ଧ ନିର୍ମିତ ଷ୍ଟାଡିଅମ କୁ ସମ୍ପୂର୍ଣ କରିବା ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ। ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରିବା ପରେ ମନ୍ତ୍ରୀ ମହାବିଦ୍ୟାଳୟ ଦେଇ ଯାଉଥିବା ସମୟ ରେ କିଛି ସମୟ ସକାଶେ   ସେଠାରେ ରହି ଖେଳ ପଡିଆ ବୁଲି ଦେଖିଥିଲେ, ଖେଳ ପଡିଆ ର ଜମି ସମ୍ପର୍କ ରେ ସ୍ଥାନୀୟ ତହସିଲଦାର ନୈବେଦ୍ୟ ଭୋଇ ଙ୍କ ସହ ଫୋନ ରେ କଥା ହୋଇ ସମସ୍ତ ସରକାରୀ ଜମି କୁ ତୁରନ୍ତ ଖେଳ ପଡିଆ ସକାଶେ ଚି଼ହ୍ନଟ କରିବା ସକାଶେ କହିଥିଲେ।ଜମି ଅତି କମ ରେ ୬ ରୁ ୮ ଏକର ଥିଲେ ଷ୍ଟାଡିଅମ ସହ ଏକ ଇଣ୍ଡୋର ଷ୍ଟାଡିଅମ ମଧ୍ୟ କରାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସେହିପରି କଲେଜ ର କର୍ମଚାରୀ ମାନେ
ଅଡିଟୋରିୟମ ତିଆରି କରିବା ସହ ମହାବିଦ୍ୟାଳୟ ର ପାଚେରୀ ନିର୍ମାଣ କରିବା ସକାଶେ ଅନୁରୋଧ କରିଥିଲେ।ସେହିପରି କିଛି କର୍ମଚାରୀ ୨୦୧୪ ମସିହାରୁ ଚାକିରୀ ରେ ଜୟନ ହୋଇଥିଲେ ସୁଧା ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ସରକାର ଅନୁଦାନ ରୁ ବଞ୍ଚିତ ହୋଇଥିବା ନେଇଁ ଅଭିଯୋଗ କରିଥିଲେ।ସମସ୍ତ ବିଷୟ ରେ ଅବଗତ ହେବା ପରେ  ବିଭାଗ   ର  ସଚିବ ଙ୍କ ସହ କଥା ହେବା ପରେ କୋରାପୁଟ ଅଭିମୁଖେ ଯାଇଥିଲେ।ମନ୍ତ୍ରୀ ଙ୍କ ସହ ଜାତୀୟ ଆଦିବାସୀ ମୋର୍ଚା ସମ୍ପାଦକ କାଳିରାମ ମାଝୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ