ମନମୋହନ ସାମଲ ରିପିଟ୍ । ରଜ୍ୟ ବିଜେପି ସଭାପତି ଭାବେ ପୁଣି ଥରେ ଦାୟିତ୍ୱ ମୁଣ୍ଡାଇବେ ମନମୋହନ ସାମଲ । ସୋମବାର ମନମୋହନ ଏଥିପାଇଁ ନାମାଙ୍କନ ଭରିଛନ୍ତି । ତାଙ୍କ ବିରୋଧରେ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । ପ୍ରସ୍ତାବକଙ୍କ ସହ ଆଜି ସେ ନାମାଙ୍କନ ଦାଖଲ କରିଥିଲେ । ଏହି ସମୟରେ ଦଳର ଅଧିକାଂଶ ପୁରୁଖା ନେତା କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତି ଥିଲେ । ମନମୋହନ ପୁଣି ଥରେ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । କେବଳ ବିଦ୍ଧିବଦ୍ଧ ଭାବେ ଘୋଷଣା ବାକି ରହିଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତାଙ୍କ ଭିଡ଼ ରହିଛି । ସମସ୍ତଙ୍କ ସହମତିରେ ସେ ଜଣେ ହିଁ କେବଳ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ନ ୪.୩୦ ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ।
ମନମୋହନଙ୍କ କ୍ୟାରିୟର:-
1978 -79 ଭଦ୍ରକ ଛାତ୍ର ସଂସଦ ସଭାପତି
1979-81 ଏବିଭିପି ରାଜ୍ୟ ସଭାପତି
1981-82 ଏବିଭିପି ରାଜ୍ୟ ଉପସଭାପତି
1982 ଧାମନଗର ପଞ୍ଚାୟତ ସଭାପତି
1984 ବାଲେଶ୍ବର ଜିଲ୍ଲା ସଭାପତି, ବିଜେପି
1985 ବିଜେପି ପ୍ରାର୍ଥୀ , ଧାମନଗର ବିଧାନସଭା
1988-90 ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି
1990-92 ରାଜ୍ୟ ସମ୍ପାଦକ, ବିଜେପି
1992-99 ରାଜ୍ୟ ବିଜେପି ସାଧାରଣ ସମ୍ପାଦକ
1999-2004 ବିଜେପି ରାଜ୍ୟ ସଭାପତି
2000 ରାଜ୍ୟସଭା ସାଂସଦ
2004-2009 ବିଧାୟକ, ଧାମନଗର ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
2010–2012 ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି
23-03-2023 – ରାଜ୍ୟ ବିଜେପି ସଭାପତି