Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ବର୍ଷ ପରେ ଲକ୍ଷ୍ମୀପୁର ରେ ଏବିଡ଼ିଓ ପଦବୀ ପୂରଣ ହେଲା ;ଖାଲି ପଡିଲା ଜିପିଡିଓ ପଦବୀ.

ଲକ୍ଷ୍ମୀପୁର ୦୮/୦୭ ..ଜୟପୁର ବ୍ଲକର କାର୍ଯ୍ୟରତ ଥିବା ଜିପିଡିଓ ସ୍ମୃତି ରଞ୍ଜନ ନାୟକ ପଦୋନତୀ  ପାଇ ସେ ଲକ୍ଷ୍ମୀପୁର ବ୍ଲକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ଏହି ପଦବୀ ଗତ କିଛି ବର୍ଷ ହେଲା ଖାଲି ପଡ଼ିଥିବା ବେଳେ ଶ୍ରୀଯୁକ୍ତ ନାୟକ ଯୋଗ ଦେବା ପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ଓ ଉନୟନ ମୂଳକ କାର୍ଯ୍ୟ ରେ କିଛି ସହାୟକ ହେବ ବୋଲି କହିଛନ୍ତି। ଗୋଟିଏ ପଦବୀ ପୂରଣ ହେବାର ଦିନକ ପରେ କିନ୍ତୁ ଅନ୍ୟ ଏକ ଗୁରୁତ୍ୱ ପୁର୍ଣ ପଦବୀ ଖାଲି ହୋଇ ଯାଇଛି।ଲକ୍ଷ୍ମୀପୁର ବ୍ଲକର ଜିପିଡିଓ ସୁଧୀର ବେହେରା ଙ୍କ ପଦୋନତୀ ହୋଇଛି,
ଶ୍ରୀ ବେହେରା ଲକ୍ଷ୍ମୀପୁର ବ୍ଲକ ରୁ ଦଶମନ୍ଥପୁର ବ୍ଲକ ର ନୂତନ ଏବିଡିଓ ଭାବେ ପଦୋନତୀ ପାଇଛନ୍ତି l ରାଜ୍ୟ ସରକାର ଙ୍କ ପକ୍ଷ ରୁ ବ୍ଲକ ଜିପିଡିଓ ସ୍ତର ରେ ପଦୋନତୀ କରାଯାଇ ଥିବା ବେଳେ ଲକ୍ଷ୍ମୀପୁର ଜିପିଇଓ ସୁଧୀର ବେହେରା ଦଶମନ୍ଥପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବର୍ତମାନ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ପଦବୀ ପରିପୂର୍ଣ ହୋଇଥିବା ବେଳେ ଶ୍ରୀଯୁକ୍ତ ବେହେରା ଦଶମନ୍ଥପୁର ବ୍ଲକକୁ ପଦୋନତୀ ପାଇ ବଦଳି ହେବା ପରଠୁ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ପଦବୀ ଖାଲି ପଡିଛି।ଏଯାଏଁ ତାଙ୍କ ସ୍ଥାନରେ କାହାରିକୁ ଦାଇତ୍ୱ ଦିଆ ଯାଇନଥିବା ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ