Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ  ଯୁକ୍ତ ଦୁଇ କଳା ଓ ବିଜ୍ଞାନ ର ନାମ ଲେଖା ଆରମ୍ଭ…

ଲକ୍ଷ୍ମୀପୁର ୦୮/୦୭ .. ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଯୁକ୍ତ ଦୁଇ କଳା ଓ ଯୁକ୍ତ ଦୁଇ ବିଜ୍ଞାନ ସକାଶେ ମଙ୍ଗଳ ବାର ଠାରୁ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୭୫ ଜଣ ଲେଖାଏଁ ନାମ ଲେଖିବା ସକାଶେ ଲକ୍ଷ ଧାର୍ଯ୍ୟ ରଖା ଯାଇଥିଲେ ସୁଧା ପ୍ରଥମ ଦିନରେ ଯୁକ୍ତ ଦୁଇ କଳା ରେ ୫୩ ଜଣ ଓ ବିଜ୍ଞାନ ରେ ୪୨ ଜଣ ନାମ ଲେଖାଇ ଛନ୍ତି।ସେହିପରି ଭକେଶନାଲ ରେ ୨୧ ଜଣ ଓ କୋମ୍ପୁଟର ଟିଚର ଟ୍ରେନିଂ ରେ ୧୨ ଜଣ ନାମ ଲେଖାଇ ଛନ୍ତି।ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ପ୍ରଥମ ସିଲେକ୍ସନ ରେ ବିଜ୍ଞାନ ରେ ୫୦ ପ୍ରତିଶତ ମାର୍କ କଟ ଅଫ ରହିଥିବା ବେଳେ କଳା ରେ ୫୨ ପ୍ରତିଶତ ମାର୍କ  କଟ ଅଫ ରହିଥିଲା।  ଅଧ୍ୟକ୍ଷ ଗିରିଜା ଚୌଧୁରୀ ତଦାରଖ କରୁଥିବା ବେଳେ ଅଧ୍ୟାପକ ଜଗନ୍ନାଥ ରଥ ନାମ ଲେଖା ଇନଚାର୍ଜ ଦାୟିତ୍ୱ ତୁଲାଇଥିଲେ।ଯୁକ୍ତ ଦୁଇ କଳା ରେ ଅଧ୍ୟାପକ କାଁହୁ ଚରଣ ବିଶୋଇ, ଲକ୍ଷ୍ମୀ କାନ୍ତ ଟାକ୍ରୀ, ପବିତ୍ର ମଣ୍ଡଳ, ଜଙ୍ଗେଶ୍ୱର ପୋଢ, ଅଧ୍ୟାପିକା ମୌତୁସି ପ୍ରଧାନ ରହିଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନ ରେ ଅଧ୍ୟାପକ ଶୀତଳ ପ୍ରସାଦ ଦାଶ, ତାରିଣୀ ପ୍ରସାଦ ଶତପଥି, ଯଶୋବନ୍ତ ଗରଡ଼ା, ଅଧ୍ୟାପିକା ହେଲେନା ପ୍ରିୟଦର୍ଶିନୀ ସିଂ  ମଧୁସ୍ମିତା ବିଶ୍ୱାଳ ଓ କର୍ମଚାରୀ  ନାମଲେଖା ରେ ନିୟୋଜିତ ହୋଇଥିଲେ। ଯୁକ୍ତ ଦୁଇ ଅନଲାଇନ ନାମଲେଖା ପ୍ରକ୍ରିୟା ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ