ଦଶ ଦଫା ଦାବି ପୂରଣ ନେଇ ରାଜସ୍ୱ ଙ୍କ କଳା ବ୍ୟାଚ ପରିଧାନ l


ଅସ୍ତରଙ୍ଗ,, ବହୁଦିନ ଧରି ନାର୍ଯ୍ୟ ଦାବି ପୂରଣ ନ ହେବାରୁ ରାଜ୍ୟ ରାଜସ୍ବ ଅମଲା ସଂଘ ର ଆହ୍ୱାନ କ୍ରମେ ପୁରୀ ଜିଲ୍ଲା ର ସମସ୍ତ ରାଜସ୍ବ କର୍ମଚାରୀ ମାନେ ଆନ୍ଦୋଳନ କୁ ଆସିଛନ୍ତି l ସେମାନଙ୍କର ଦଶ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ ବୋଲି ଜଣା ପଡିଛି l ଜଦି ସରକାର କୌଣସି ଦାବି ପୂରଣ ନ କରନ୍ତି ତାହାଲେ, ଆସନ୍ତା ଚଉଦ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆ ଯାଇଛି l ଦାବି ଗୁଡିକ ମଧ୍ୟ ରେ ରାଜସ୍ବ କର୍ମଚାରୀ ମାନଙ୍କ ଦରମା, ଓ ଆର ଏସ ପି, 2017ଅନୁଯାଇ, ଲେବଲ 9 କୁ ବୃଦ୍ଧି, ନୂତନ ପଦ ସୃଷ୍ଟି, ଓ କ୍ୟାଡର ପୁନର ଗଠନ, ସ୍ୱାସ୍ଥ୍ୟ ବୀମା, ଆଦି ଦଶଦଫା ଦାବି ଅନ୍ତର୍ଭୁକ୍ତ l ସରକାର ଜଦି ଦାବି ପୂରଣ ନ କରନ୍ତି 14 ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବ ବୋଲି ସାଧାରଣ ସମ୍ପାଦକ ଆସିସ କୁମାର ସାମନ୍ତରାୟ, ପ୍ରଣବ କୁମାର ଚିନାରା ଚେତାବନୀ ଦେଇ ଛନ୍ତି l