Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲା ଫେଲ୍‌ ହେଲେ ପୁଣି ପରୀକ୍ଷା ସୁଯୋଗ ପାଇବେ । ୨ ମାସ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସୁଯୋଗ ଦେବେ ।

ଯଦି ପାସ୍‌ କରନ୍ତି ତେବେ ଉତ୍ତୀର୍ଣ୍ଣ ହେବେ ନଚେତ୍ ପୁଣି ସେହି ଶ୍ରେଣୀରେ ପଢିବ । ପ୍ରାଥମିକ ଶିକ୍ଷା ଶେଷ ନହେବା ପର‌୍ୟ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯିବନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ