Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଗଡ଼ିବ ସବୁ ଘରୋଇ ବସ୍‌

ଘରୋଇ ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର ଆସିଛି। ଘରୋଇ ବସ୍ରେ ଯାତ୍ରା କରିବା ପାଇଁ ଆଉ ସେମାନେ ହଇରାଣ ହେବେ ନାହିଁ। ଅର୍ଥାତ ଆଜି ଶନିବାର ଠାରୁ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରିବ। ଘରୋଇ ବସ୍ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ। ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପୁରୀରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ବସ୍ ଚାଳଚଳ କରୁଛି। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବସ୍ ଯାତ୍ରୀମାନଙ୍କର ଚାହିଦା ପୂରଣ କରିପାରେ ନାହିଁ। ଏହି କାରଣରୁ ଯାତ୍ରୀମାନେ ଘରୋଇ ବସ୍ ଉପରେ ନିର୍ଭରଶୀଳ। ଅପରପକ୍ଷେ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୧୪ଟି ବ୍ଲକକୁ ପ୍ରାୟ ୧୭,୦୦୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ଦୈନିକ ଚଳାଚଳ କରିଥାଏ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ହେଉ ବା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରାକୁ ହେଉ ଯାତ୍ରୀମାନେ ଘରୋଇ ବସ୍ରେ ଅଧିକ ନିର୍ଭର କରିଥାନ୍ତି। ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଯିବା ଦ୍ବାରା ଯାତ୍ରୀମାନଙ୍କୁ ବହୁ ହଇରାଣ ହେବାକୁ ପଡୁଛି।

କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ। ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେଉ ମାଲିକ କ୍ଷତି ସହୁଛନ୍ତି। ତେଣୁ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ।

‘ଓଡ଼ିଶା ଡ୍ରାଇଭର ମହାସଂଘ’ର ଦାବିରେ ରାଜ୍ୟର ୫ ଲକ୍ଷରୁ ଅଧିକ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି। ୭ ଦଫା ଦାବି ମଧ୍ୟରେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି। ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା, ରାଜ୍ୟରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ