Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗକୁ ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ,ନୁଆଁ ପିଢିଙ୍କୁ ବାଟ ଛାଡ଼ିବେ !

ସମ୍ବଲପୁର:ପ୍ରତକ୍ଷ୍ୟ ନିର୍ବାଚନ ଆଉ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବରଂ ନୂତନ ପିଢ଼ି କୁ ବାଟ ଛାଡ଼ିବେ ବୋଲି ଆଜି ସମ୍ବଲପୁର ଠାରେ ସାମ୍ବାଦିକ ମାନଙ୍କୁ କହି ନିଜର ରାଜନୈତିକ ଇଚ୍ଛା ଓ ଅଭିଳାଷ କୁ ସାର୍ବଜନୀନ କରିଛନ୍ତି।
ରୋଜଗାର ମେଳାରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିଜର ଅଭିଳାଷ ନେଇ ମଧ୍ୟ୍ୟ ସାମ୍ବାଦିକ ମାନଙ୍କୁ ନିଜର ମନ କଥା ଶୁଣାଇ ଦେଇଛନ୍ତି। ସେ କହିଛନ୍ତି ସେ ବହୁଥର ବିଧାୟକ, ସାଂସଦ ହୋଇ ମନ୍ତ୍ରୀ ହେଲେଣି। ଏଣିକି ସେ ଆଉ ପ୍ରତ୍ୟକ୍ଷ୍ୟ ରାଜନୀତି କରିବେ ନାହିଁ କିମ୍ବା ନିର୍ବାଚନ ଲଢ଼ିବେ ନାହିଁ। ବରଂ ନୂତନ ପୀଢ଼ି ପାଇଁ ବାଟ ଛାଡିବାକୁ ନିଜର ମତ ପ୍ରକାଶ କରିଛନ୍ତି। ତେବେ ରାଜନୀତି ରୁ ଆପଣ ସନ୍ୟାସ ନେବେକି ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନ ରେ ଜୁଏଲ କହିଛନ୍ତି ତାଙ୍କର ବ୍ୟକ୍ତିଗତ ଇଚ୍ଛା ସେ ପ୍ରତକ୍ଷ୍ୟ ରାଜନୀତି ଆଉ କରିବେ ନାହିଁ କିନ୍ତୁ ଦଳ ଛାଡ଼ିବେନି କିମ୍ବା ଦଳର ହାଇକମାଣ୍ଡ ଙ୍କୁ ଅଵଜ୍ଞା କରିବେ ନାହିଁ।ଦଳ ଯେତେବେଳେ ଯାହା ଚାହିଁବ ସେ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ। ପ୍ରତକ୍ଷ୍ୟ ରାଜନୀତିରୁ ଦୁରେଇ ରହିଲେ କଣ କରିବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ପୁଣି ସେ କହିଛନ୍ତି ରାଜ୍ୟସଭା କୁ ଯିବେ ନହେଲେ ରାଜ୍ୟପାଳ ହେବେ। କିନ୍ତୁ ଦଳ ଯଦି ମତେ ପୁଣି ନିର୍ବାଚନ ଲଢ଼ିବାକୁ କହିବ ତେବେ ଲଢ଼ିବି। ଦଳର ନିଷ୍ପତ୍ତି ତାଙ୍କ ପାଇଁ ସର୍ବସ୍ୱ ବୋଲି ସେ କହି ନିଜର ତ୍ୟାଗ, ଦାୟିତ୍ୱ, କର୍ତ୍ତବ୍ୟ ଓ ଅଭିଳାଷ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି।
ତେବେ ମନ୍ତ୍ରୀଙ୍କ ଅଭିବ୍ୟକ୍ତି ରେ ସାପ ମରୁନି କି ବାଡ଼ି ଭାଙ୍ଗୁନି ଭଳି ଅର୍ଥ ରହିଛି ସତ କିନ୍ତୁ ପ୍ରତକ୍ଷ୍ୟ ରାଜନୀତି ରୁ ତାଙ୍କର ମୋହଭଙ୍ଗ ହୋଇଥିବା ସ୍ପଷ୍ଟ ଅନୁମାନ କରାଯିବା ସହ ନୂତନ ପୀଢ଼ି ପାଇଁ ଏକ ବାର୍ତ୍ତା ଦେଇ ନିଜର ନିଖୁଣ ରାଜନୈତିକ ଚରିତ୍ରର ବଡ଼ ପରିଚୟର ଛାପ ସମ୍ବଲପୁରରେ ଦେଇଛନ୍ତି, ଯାହା ବର୍ତ୍ତମାନ ଠୁ ସବୁଠି ଚର୍ଚ୍ଚା ର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ