ଅସ୍ତରଙ୍ଗ,,ମାନ୍ୟବର ଓଡିଶା ଉଚ୍ଚ ନୟାଳୟ ର ବିଚାରପତି ତଥା ନୟାଧୀସ ଶ୍ରୀଯୁକ୍ତ କେ, ଆର ମହାପାତ୍ର ଓ ପୁରୀ ଜିଲ୍ଲା ଦୌରା ଜଜ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ ମିଳିତ ଭାବେ ଶନିବାର ଦିନ ଅସ୍ତରଙ୍ଗ ତହସିଲ ନିକଟରେ ନିର୍ମାଣ ହୋଇଥିବା ନୂତନ କୋର୍ଟ ଗୃହ ଉଦ ଘାଟନ ପୂର୍ବରୁ ସମୀକ୍ଷା କରିଛନ୍ତି l ବିଚାର ପତି ଦ୍ୱୟ ନିର୍ମାଣ ହୋଇ ଥିବା କୋର୍ଟ ଗୃହ ନିକଟରେ ପହଂଚିବା ପରେ, ସ୍ଥାନୀୟ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇ ଥିଲା l ପରେ ନିର୍ମାଣ ହୋଇଥିବା କୋର୍ଟ କାର୍ଯ୍ୟାଳୟ କୁ ଯାଇ ସମସ୍ତ କୋଠରୀ ଗୁଡିକ ବୁଲି ଦେଖିବା ସହ ଉପସ୍ଥିତ ଥିବା ସରକାରୀ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ତାପରେ କୋର୍ଟ ପରିସରରେ ବୃକ୍ଷ ରୋପଣ କରି ବିଚାର ପତି ଦ୍ୱୟ ଫେରି ଯାଇଥିବା ବେଳେ, ଜିଲ୍ଲାର ଅତିରିକ୍ତ ଏ ପି, ଅସ୍ତରଙ୍ଗ ର ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା, ଅସ୍ତରଙ୍ଗ ଆଇ ଆଇ ସି ରାଜେଶ ବଳିୟାର ସିଂ ଙ୍କ ସମେତ ବିଭିର୍ଣ୍ଣ ବିଭାଗର ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ l ଏଠାରେ ପ୍ରକାଶ ଯୋଗ୍ୟ ଜେ, କୋର୍ଟ ସ୍ଥାପନ ହେବା ଦ୍ଵାରା ସ୍ଥାନୀୟ ଜନ ସାଧାରଣ ଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ର ରେ ଅନେକ ସୁବିଧା ସୁଯୋଗ ସୃଷ୍ଟି ହୋଇ ପାରିବ l
ହାଇକୋର୍ଟ ବିଚାର ପତି ଙ୍କ ଅସ୍ତରଙ୍ଗ ଗସ୍ତ l
