Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୟାନନ୍ଦ ଶତପଥୀ ଜୟନ୍ତୀ ଓ ବୃକ୍ଷ ରୋପଣ

ସମ୍ବଲପୁର: ସମ୍ବାଦ ସାହିତ୍ୟ ଘର ,କେସାଇବାହାଲ ଶାଖା ପକ୍ଷରୁ ତାର ନିଜସ୍ଵ କାର୍ଯ୍ୟାଳୟରେ ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସାମ୍ୟବାଦୀ ଆନ୍ଦୋଳନର ଅଗ୍ରଦୂତ ବାମଣ୍ଡା ରତ୍ନ ଦୟାନନ୍ଦ ଶତପଥୀ ଙ୍କ ଜୟନ୍ତୀ ଉତ୍ସବ ପିତା ହୋଇ ଯାଇଛି ।ଏଥିରେ ବିଶିଷ୍ଟ ସମାଜ ସେବୀ ଓ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଂଗ୍ରାମୀ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ ତାଙ୍କୁ ବାମଣ୍ଡା ପ୍ରଜା ମଣ୍ଡଳ ଆନ୍ଦୋଳନ ର ଆଦ୍ୟ ପ୍ରବକ୍ତା ହେବ ସହ ଜୀବନ ତମାମ ସର୍ବହରା ଓ ନିର୍ଯ୍ୟାତିତା ଙ୍କ ପାଇଁ ସଂଗ୍ରାମ କରିଥିଲେ ବୋଲି କହିଥିଲେ ।ମୁଖ୍ୟ ବକ୍ତା ପଣ୍ଡିତ ଅଲେଖ କୁମାର ପତି ଶତପଥୀ ଙ୍କ ଶିକ୍ଷକତା ଜୀବନ ଦଳିତଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘର ସଭାପତି ତୁଳସୀ ମଞ୍ଜରୀ ବହିଦାର ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର କୁମାର ଦାସ ସ୍ଵାଗତ ଭାଷଣ , କୋଷାଧ୍ୟକ୍ଷ ବୀଣା ପାଣି ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଜୟନ୍ତୀ ଉପଲକ୍ଷେ ଆୟୋଜିତ ଦେଶପ୍ରେମ ମୂଳକ କବିତା ଆସରରେ ବର୍ଷୀୟାନ କବୀୟତ୍ରୀ ଅନୁଛୟ ପଟେଲ, ସୁଜ୍ଞାନୀ ନାୟକ, ପଦ୍ମିନୀ ବାଙ୍କରା, ଶାନ୍ତିଲତା ରାୟ, ଉଦୟ ଚନ୍ଦ୍ର ଦ୍ବିବେଦୀ, ଶାନ୍ତିଲତା ପୃଷ୍ଟି ,ମିନାକ୍ଷୀ ଦ୍ବିବେଦୀ , ସୁବାସ ନାୟକ , ରବୀନ୍ଦ୍ର ଦାସ ,ତୁଳସୀ ବହିଦାର,ବିଣା ନାଏକ , ଅଲେଖ ପତି ପ୍ରମୁଖ ସ୍ବରଚିତ ବିପ୍ଳବାତ୍ମକ କବିତା ପାଠ କରିଥିଲେ ।ଏହା ପରେ ବନ ଦୁର୍ଗା ମନ୍ଦିର ପରିସରରେ ଦୟାନନ୍ଦ ଓ ଆଜି କର୍ମବୀର ଗୌରୀ ଶଙ୍କର ରାୟ ଙ୍କ ମଧ୍ୟ ଜୟନ୍ତୀ ଥିବାରୁ ଉଭାୟଙ୍କ ସ୍ମୁତି ଉଦ୍ଦେଶ୍ୟରେ କୋଡ଼ିଏ ଟି ଫଳ ଚାରା ରୋପଣ କରାଯାଇଥିଲା ।ଶେଷରେ ଆବାହକ ସନ୍ତୋଷ ଶୁକ୍ଲା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ