Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ ସୌମଶ୍ରୀ ଙ୍କ ଉଦେଶ୍ୟରେ କ୍ୟାଣ୍ଡଲ ଶୋଭାଯାତ୍ରା, ଓ ସମବେଦନା..କହିଲେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ..

ଲକ୍ଷ୍ମୀପୁର ୧୬/୦୭ …ଏଫ ଏମ କଲେଜ ର ଛାତ୍ରୀ ସୌମଶ୍ରୀ ବିଶି ଙ୍କ ମୃତ୍ୟୁ ଘଟଣା ରେ ଲକ୍ଷ୍ମୀପୁର ବ୍ଲକ ବିଜେଡ଼ି ଓ  ବିଜୁ ଛାତ୍ର ଯୁବ ସଙ୍ଘଠନ ତରଫରୁ ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଝିନ ହିକକା ଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ସମ୍ମୁଖରେ ଶହ ଶହ ଛାତ୍ରୀ ଏକତ୍ରିତ ହୋଇ ମୃତ ଛାତ୍ରୀ ଙ୍କ ଉଦେଶ୍ୟ ରେ ନିରବ ପ୍ରାର୍ଥନା କରାଯିବା ସହ କେଣ୍ଡେଲ ଜାଳି ସମବେଦନା ଜଣାଇଥିଲେ। ବିଜେପି ର ଡବଲ ଇଂଜିନ ସରକାର ଆରମ୍ଭ ହେଲା ଦିନଠାରୁ ଓଡିଶା ରେ ନାରୀ ଓ ଛାତ୍ରୀ ଅସୁରକ୍ଷିତ, ପ୍ରତ୍ୟେକ ଦିନ କେଉଁ ଠି ନାଁ କେଉଁଠି ଦୁଷ୍କର୍ମ ଭଳି ଘଟଣା ଘଟୁଛି, ଅବିଭକ୍ତ କୋରାପୁଟ ଜିଲ୍ଲା ର ନାରାୟଣ ପାଟଣା,ବନ୍ଧୁଗାଁ, ଲମତାପୁଟ ଠାରୁ ଆରମ୍ଭ କରି ପ୍ରାୟ ଅଧିକାଂଶ ସ୍ଥାନରେ ନାବାଳିକା ମଧ୍ୟ ଦୁଷ୍କର୍ମ ର ଶିକାର ହେଉଛନ୍ତି, ଓଡିଶା ର କଲେଜ ଛାତ୍ରୀ ମାନେ ସମ୍ପୂର୍ଣ ଭାବେ ଅସୁରକ୍ଷିତ, ଓଡିଶା ରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ତେଣୁ ନୈତିକତା ଦୃଷ୍ଠି ରୁ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବୀ କରିବା ସହ ଉଭୟଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କାର୍ଯ୍ୟକ୍ରମ ରେ ନାରୀନେତ୍ରୀ କୌଶଲ୍ୟା ହିକକା, ଯୁବ ବେଜେଡି ର ଚୌବନ ଖୋସଲା, ରାଧେଶ୍ୟାମ ଯାନୀ ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ