ଶରୀର ଦାନ କରି ଜାତି ପାଇଁ ଗୌରବ ଆଣିଲେ ଆଦିତ୍ୟ ମହାପାତ୍ର : ସରଣ୍ଡାରେ ଆଦିତ୍ୟଙ୍କୁ ଶ୍ରଦ୍ଧାଞ୍ଜଳି


ଅତାବିରା- ଶରୀର ଦାନ କରି ଥାନାପତି ଜାତିକୁ ଗୌରାନ୍ୱିତ କରିଥିବା ସମାଜର ଉର୍ଦୁନା ନିବାସୀ ଆଦିତ୍ୟ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ବରଗଡ଼ ଜିଲା ଅତାବିରା ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ଶୈବ ପୀଠ ରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଚକ୍ଷୁ ଦାନ, ରକ୍ତ ଦାନ ଏବଂ ଶରୀର ଦାନ ସମାଜରେ ସର୍ବୋତ୍ତମ ଦାନ ବୋଲି ବିବେଚନା କରାଯାଏ | ଅନେକ ଲୋକ ଅଛନ୍ତି ଯେଉଁମାନେ ଏପରି ନିଷ୍ପତ୍ତି ନିଅନ୍ତି ଏବଂ ସମାଜ ସାମ୍ନାରେ ଆଦର୍ଶ ପ୍ରତିଷ୍ଠା କରନ୍ତି ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତି | ଏହି ପରି ଵ୍ୟକ୍ତି ହେଉଛନ୍ତି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଉର୍ଦୁନା ଗାଁର ସ୍ବର୍ଗତ ଆଦିତ୍ୟ ମହାପାତ୍ର ବୋଲି ଶ୍ରଦ୍ଧାଞ୍ଜଳି ସଭାରେବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି l ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଆୟୋଜକ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଓଡିଶା, ବରଗଡ଼ ଶାଖା ପକ୍ଷରୁ ଅନୁଷ୍ଠିତ ସଭାରେ ଥାନାପତି ମହାସଭା ସଭାପତି ଶିବ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଯୁଧିଷ୍ଠିର ମହାପାତ୍ର ସଂଯୋଜନା କରିଥିଲେ l ବରଗଡ଼ ଶାଖା ସଭାପତି ମଦନ ମହାପାତ୍ର, ସରଣ୍ଡା ଆଞ୍ଚଳିକ ସଭାର ସଭାପତି ପର୍ଶୁରାମ ମହାପାତ୍ର, କୁଲୁଣ୍ଡାର ରୁଦ୍ର ମହାପାତ୍ର, ସୋର୍ଣ୍ଣାର ରଘୁ ମହାପାତ୍ର, କୁଶନପୁରୀ ର ସୁରେନ୍ଦ୍ର ମହାପାତ୍ର, ଅମଳିପାଳିର ପ୍ରଦୀପ ମହାପାତ୍ର, କଳାପାଣି ର ମହାଦେବ ମହାପାତ୍ର, ସରଣ୍ଡାର ରାଧେଶ୍ୟାମ ମହାପାତ୍ର, ଦାରାସିଂ ମହାପାତ୍ର, ମନୋଜ ମହାପାତ୍ର, କୁକେତିରାର ସାହେବ ମହାପାତ୍ର . ପ୍ରମୁଖ ସ୍ବର୍ଗତ ଆଦିତ୍ୟଙ୍କ ଜୀବନୀ ସହ ସ୍ମୃତି ଚାରଣ କରିଥିଲେ l ପରେ ଥନାପତି ଜାତି ସମାଜର ସାମୁହିକ ବିକାଶ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା l ଆସନ୍ତା 28ତାରିଖ ରବିବାର ଦିନ ଗାଈସୀମା ଆଞ୍ଚଳିକ ସଭାର ପୁନଃଗଠନ ସହ ସକ୍ରିୟ କରିବାକୁ ଏକ 20 ଜଣିଆ କମିଟି ସେଠାରେ ବୈଠକ କରି ଥାନାପତି ଜାତି ସମାଜର ଏକତା କରିବାକୁ ନିଷ୍ପତ୍ତି ନିଆଯାଇଥିଲା l