ଲକ୍ଷ୍ମୀପୁର ରେ କଂଗ୍ରେସ ର ବନ୍ଦ ପାଳନ..ବିଜେପି ଦଳ ର କର୍ମୀ ସୁରକ୍ଷିତ ନୁହଁନ୍ତି… ପବିତ୍ର


ଲକ୍ଷ୍ମୀପୁର ୧୭/୦୭ ..ବାଲେଶ୍ୱର ଜିଲ୍ଲା
ଏଫଏମ  ମହାବିଦ୍ୟାଳୟର ଛାତ୍ରୀ ଙ୍କୁ ନ୍ୟାୟ ଦାବିରେ ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ କମିଟି ତରଫରୁ ଆଜି  ଶାନ୍ତି ପୁର୍ଣ ଭାବେ ବନ୍ଦପାଳନ କରାଯାଇଛି।ରାଜ୍ୟ ସଭାପତି ଙ୍କ ନିର୍ଦେଶ କ୍ରମେ ଏହି ବନ୍ଦ ପାଳନ ଯୋଗୁଁ ଜନଜୀବନ  ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି।  ଲକ୍ଷ୍ମୀପୁର ବଜାର ମଝିରେ  ବିଧାୟକ ପବିତ୍ର ସାଉନ୍ତା ଙ୍କ ନେତୃତ୍ୱ ରେ ବହୁ କଂଗ୍ରେସ କର୍ମୀ ରାସ୍ତା ରେ ବ୍ୟାରିକେଟ ଲଗାଇ ବନ୍ଦ ପାଳନକୁ ସଫଳ କରିଛନ୍ତି।ବନ୍ଦ ଯୋଗୁଁ ଜରୁରୀକାଳୀନ କାର୍ଯ୍ୟରେ ଥିବା କିଛି ଯାନବାହନ କୁ ଛଡା ଯାଇଥିବା ବେଳେ ବହୁ ସଂଖ୍ୟାରେ ପାସେଞ୍ଜର ବସ ଓ ମାଲ ବାହି ଗାଡ଼ି ରାସ୍ତାର ଦୁଇ ପାର୍ଶ୍ୱରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା।ଏଥିରେ କଂଗ୍ରେସ ଦଳର ବ୍ଲକ ସଭାପତି କୈଳାସ ଖସଲା,ଯୁବ ସଭାପତି ମଣ୍ଟି ଖରା,ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ବୁଲୁ ମାଣ୍ଡିଙ୍ଗା,
ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକାଙ୍କ ସମେତ ଲକ୍ଷ୍ମୀପୁର,କୁଟିଙ୍ଗା,ଓଡ଼ିଆପେଣ୍ଠ ଓ ବୁର୍ଜା ପଞ୍ଚାୟତର ସଭାପତି
ନବୀନ ମହାନନ୍ଦିଆ, ବସନ୍ତ ମିନିଅକା, ଶମ୍ବୁରୁ ମିନିୟାକା, ପୁର୍ଣ ମାଣ୍ଡିଙ୍ଗା, କାର୍ତିକ ମହାନନ୍ଦିଆ, ବିଭୀଷଣ ହାଲବା, ଧର୍ମେନ୍ଦ୍ର ବାଘଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.