Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଜେଲ ଭିତରେ ଭୋ ଭୋ ହୋଇ କାନ୍ଦୁଛନ୍ତି

ଜେଲରେ କାଳ କାଟୁଛନ୍ତି ଏଫଏମ୍ କଲେଜ ପୂର୍ବତନ ଅଧ୍ୟାପକ ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଛାତ୍ରୀ ଆତ୍ମାହୁତି ଘଟଣାରେ ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଏହି ଦୁଇ ଅଭିଯୁକ୍ତଙ୍କ ହାବଭାବକୁ ନେଇ ଏବେ ଢେର ଚର୍ଚ୍ଚା । ଜେଲର ୩ ନଂ ୱାର୍ଡରେ ସମୀର ସାର୍‌ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ ।

ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର ସାହୁଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍‌ ୧୪ ତାରିଖରେ ଅଧ୍ୟକ୍ଷଙ୍କୁ ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରି ଜେଲ ପଠାଇଥିଲା ପୋଲିସ । ବାଲେଶ୍ବର ଜେଲ୍ ଭିତରେ ଉଭୟ ସମୀର ଓ ଦିଲୀପଙ୍କୁ ସାଧାରଣ କଏଦୀ ଭଳି ରଖାଯାଇଛି । ଅନ୍ୟ ଅନ୍ତେବାସୀଙ୍କ ଭଳି ଦୁହିଁଙ୍କୁ ସମାନ ସୁବିଧା ଦିଆଯାଉଛି।

ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସେଲ୍ ଭିତରେ ଗୁମସୁମ ରହୁଛନ୍ତି ସମୀର । ମାନସିକ ଚାପରେ ଥିବା ଭଳି ଜଣାପଡୁଛନ୍ତି । କିନ୍ତୁ ଦିଲୀପଙ୍କ କ୍ଷେତ୍ରରେ ସେଭଳି କୌଣସି ଅସ୍ବାଭାବିକତା ଦେଖାଯାଉନାହିଁ ବରଂ ଚିନ୍ତାମୁକ୍ତ ଭଳି ଦେଖାଯାଉଛନ୍ତି ସେ । ଦୁହେଁ ବୁଧବାର ଦିନ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଅଣ୍ଡା ତରକାରୀ ଖାଇଥିବା ବେଳେ ରାତିରେ ରୁଟି ଓ ତରକାରୀ ଖାଇଥିଲେ ।

ଜେଲ୍ ଆସିବାର ୭ ଦିନ ବିତି ନ ଥିବାରୁ ଦୁହିଁଙ୍କୁ ପରିବାର ଲୋକଙ୍କ ସହ ସାକ୍ଷାତ କରିବାକୁ ଦିଆଯାଇ ନ ଥିଲା । ଉଭୟଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଆଣିଥିବା ପୋଷାକ ଉଭୟଙ୍କୁ ଦିଆଯାଇଥିଲା। ତେବେ ପୀଡିତାଙ୍କ ବାପା କହିଛନ୍ତି ଝିଅ ତା’ର ମା’ଙ୍କୁ କହିଥିଲେ ସମୀର ସାର୍‌ ହଇରାଣ କରୁଛନ୍ତି ।ଘଟଣା ପରେ ପ୍ରିନ୍‌ସିପାଲ୍‌ଙ୍କୁ ଭେଟି ଝିଅର ଟ୍ରାନ୍‌ସଫର ସାର୍ଟିଫିକେଟ ମାଗିଥିଲେ। ତେବେ ପ୍ରିନ୍‌ସିପାଲ୍ ଦିଲୀପ ଘୋଷ କହିଥିଲେ ‘ମୋ ଉପରେ ଭରସା ରଖନ୍ତୁ’।

ହେଲେ ପରେ ସେମାନେ ଝିଅକୁ ଡାକି କହିଥିଲେ ରିପୋର୍ଟ ତୁମ ବିରୋଧରେ ଯାଇଛି । ସାର୍‌ଙ୍କୁ କ୍ଷମା ମାଗ, ନହେଲେ କଲେଜରୁ ବାହାର କରିଦେବୁ।ବାପା କହିଛନ୍ତି ଝିଅ ବାଲେଶ୍ବରର ଏକ ମେସ୍‌ରେ ରହୁଥିଲା। ଦିନେ ମେସ୍‌ ମାଲିକ ଫୋନ୍ କରି କହିଲେ ଆପଣଙ୍କ ଝିଅ ରାତିରେ କାନ୍ଦୁଛି। ତେବେ ମେସରେ ପହଞ୍ଚି ଝିଅକୁ ଘରକୁ ଆସିବାକୁ କହିବାରୁ କ୍ଲାସ ମିସ୍ ହେବ କହି ମନା କରିଥିଲା। ତଥାପି ଝିଅ ଘରକୁ ଆଣି ବହୁତ ବୁଝାଇଲି।