Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୦କୋଟି ବ୍ୟୟରେ ତେଲନଦୀ କରଲାମୁହାଣରୁ ମରାଡୁଗୁଚ୍ଛା ପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ ହେବ ଆଡିବନ୍ଧ; ମନ୍ତ୍ରୀ ନିରଞ୍ଜନ ପୂଜାରୀ

ତରଭା: ତରଭା ବ୍ଲକକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ୫୦ କୋଟି ବ୍ୟୟରେ ତେଲନଦୀ କରଲାମୁହାଣ ଠାରୁ ମରାଡୁଗୁଚ୍ଛା ପର୍ଯ୍ୟନ୍ତ ୧୮ କିମି ଆଡିବନ୍ଧ ନିର୍ମାଣ ହେବ ବୋଲି ସୋନପୁର ବିଧାୟକ ତଥା ଅର୍ଥ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ବିଷୟ ପ୍ରକାଶ କରିଛନ୍ତି। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ତେଲ ଜଳ ସେଚନ ବିଭାଜନ ସୋନପୁର ଆନୁକୂଲ୍ୟରେ ତରଭା ବ୍ଲକ ନର୍ଡ଼ା ଗ୍ରାମ ନିବୃତ୍ତିଜୋର ବାମ ଓ ଡାହାଣ ପାର୍ଶ୍ୱରେ କଂକ୍ରିଟ ଆଡିବନ୍ଧ ନିର୍ମାଣ ସକାଶେ ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ସୂଚନା ଦେଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ତେଲ ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଜିତେନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଶିଳାନ୍ୟାସ ସଭାରେ ସମ୍ମାନିତ ଅତିଥି ଭାବେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ବ୍ଲକ ଉପାଧ୍ୟକ୍ଷା ଦ୍ୱାଦଶୀ କୁଆଁର, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧୁଜ ସାହୁ, ତରଭା ଏନ ଏ ସି ଉପାଧ୍ୟକ୍ଷ ଗଗନ ଅଗ୍ରୱାଲ, ହେମନ୍ତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ନର୍ଡ଼ା ଗ୍ରାମ ସ୍ଥିତ ନିବୃତ୍ତି ନଦୀର ଉଭୟ ପାର୍ଶ୍ୱରେ ୬୦୦ମିଟର କଂକ୍ରିଟ ଆଡିବନ୍ଧ ନିର୍ମାଣ କରାଯିବ। ଯାହା ଫଳରେ ନରଡ଼ା ଗ୍ରାମବାସୀ ବନ୍ୟା ଦାଉରୁ ରକ୍ଷା ପାଇବେ l ବନ୍ୟା ସମୟରେ ଗ୍ରାମବାସୀଙ୍କୁ ଆଉ ପାଣି ଘେରରେ ରହିବାକୁ ପଡିବ ନାହିଁ କି ଚାଷ ଜମି ଆଉ ବନ୍ୟା ଯୋଗୁଁ ନଷ୍ଟ ହେବନାହିଁ ବୋଲି କହିଥିଲେ। ତେଲ ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଢ଼ୀ ତାଙ୍କ ବକ୍ତବ୍ୟ ରେ ଏହି ଆଡିବନ୍ଧ କାପେକ୍ସ ଯୋଜନାରେ ୫ କୋଟି୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ନିର୍ମାଣ କରାଯିବ l ନୂତନ ବୈଷୟିକ ଜ୍ଞାନ କୌଶଳରେ ନଦୀର ଉଭୟ ପାର୍ଶ୍ୱ ରେ ୨୦ ଫୁଟ ଉଚ୍ଚତାରେ କଂକ୍ରିଟ ଟୋଏୱାଲ ନିର୍ମାଣ କରାଯିବା ସଂଗେ ସଂଗେ ବନ୍ୟା ଜଳ ନିଷ୍କାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ l ଏହି ପ୍ରକଳ୍ପ ଦ୍ୱାର ନରଡ଼ା ଗ୍ରାମର ୧୫୦ ପରିବାର ଓ ଚାଷ ଜମି ବନ୍ୟା ଦାଉରୁ ରକ୍ଷା ପାଇବ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମକୁ ଇଂ ସଚ୍ଚିଦାନନ୍ଦ ସାହୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ତେଲ ଜଳ ସେଚନ ବିଭାଗ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ତରଭା ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ