Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ

ଭୁବନେଶ୍ୱର: ଏଣିକି ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ। ବାଲେଶ୍ୱର ଓ ବଳଙ୍ଗା ଅଘଟଣ ପରେ ଆକ୍ସନ ମୋଡ଼ରେ ସରକାର। ଆଜିଠୁ ଆଉ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ।କାଚ ବୋତଲରେ ମିଳିବ ପେଟ୍ରୋଲ ।ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାସ୍ତା ଘାଟରେ ପ୍ଲାଷ୍ଟିକରେ ପେଟ୍ରୋଲ ବିକିଲେ ଆକ୍ସନ ନିଆଯିବ। ବାହାରେ ବିକ୍ରି ରୋକିବା ପାଇଁ ଚଢ଼ାଉ ହେବ । ଯେଉଁମାନେ ନୀତି ବିରୁଦ୍ଧରେ ଯିବେ, କାର୍ଯ୍ୟାନୁଷ୍ଠାନ ନିଆଯିବ । ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛିଗତ ୧୨ ତାରିଖରେ ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିଲେ। ଯାହାପରେ ସରକାରଙ୍କ ପକ୍ଷରୁ ଏଭଳୀ ନିଷ୍ପତି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ