Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତୁ ଚୋରିକୁ ନେଇ ତୁମୁଳ କାଣ୍ଡ:ଟାଙ୍ଗିଆ ଚୋଟରେ ଖୁଡି ଓ ଭଉଣୀଙ୍କ ପ୍ରାଣ ନେଲା ପୁତୁରା, ଦାଦା ଗୁରୁତର

ସମ୍ବଲପୁର:ଏକ ସାମାନ୍ୟ ଘଟଣାକୁ ନେଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଥୁରି ଗାଁରେଘଟିଛି ତୁମୁଳକାଣ୍ଡ। ସାମାନ୍ୟ ଛତୁ ଚୋରିକୁ ନେଇ ପ୍ରଥମେ କଳହ ଓ ପରେ ହତ୍ୟା ଭଳି କରୁଣ ଚିତ୍ର ସାମନାକୁ ଆସିଛି। ଏହି ଘଟଣାରେ ଡବଲ ମର୍ଡର ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଜୀବନ ମରଣ ଅବସ୍ଥାରେ ଡାକ୍ତରଖାନାରେଭର୍ତ୍ତି ହୋଇଥିବା ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ପଦ୍ମପୁର ଥାନା ପଥୁରୀ ଗାଁ ର ଶଶିଭୂଷଣ ନାଗ (ପୁଚି) ଏବଂ ତାଙ୍କ ଦାଦା ବିଶିକେସନ ନାଗ ଙ୍କ ଭିତରେ ଆଜି ସକାଳୁ ବଚସା ହୋଇଥିଲା, ଖବର ଅନୁଯାୟୀ ବିଶିକେସନ ନିଜ ବାଡ଼ି ରେ ଛତୁ ଚାଷ କରିଥିଲେ ଯାହାକୁ କେହି ତୋଳି ନେଇଥିଲେ। ତେବେ ଏନେଇ ବିଶିକେଶନ ସକାଳୁ କିଏ ନେଲା ବୋଲି ପାଟି କରିବାରୁ ଶଶିଭୂଷଣ ତାଙ୍କୁ ଆରୋପ କରିଥିବା ଭାବି ଦାଦା ଙ୍କ ସହ ବଚସା ହୋଇଥିଲା,ଏହି ବଚସା ବଢ଼ି ଶେଷରେ ହତ୍ୟା ର ରୂପନେଇଥିଲା। ଉତ୍ୟକ୍ତ ହୋଇ ଶଶୀଭୁଷଣ ଟାଙ୍ଗିଆ ରେ ନିଜ ଦାଦାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ବେଳେ ଖୁଡି ବେଲମତି ନାଗ ଓ ଭଉଣୀ ସାବିତ୍ରୀ ନାଗ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଫଳରେ ଘଟଣା ସ୍ଥଳ ରେ ହିଁ ତାଙ୍କ ଖୁଡି ଓ ଭଉଣୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ଦାଦା ଗୁରୁତର ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଘଟଣା ଘଟିବା ପରେ ଗ୍ରାମରେ ଅଶାନ୍ତିର ବାତାବରଣ ଲକ୍ଷ କରି ଅଭିଯୁକ୍ତ ଥାନାକୁ ଯାଇ ଆତ୍ମ ସମର୍ପଣ କରିଛି। ପଦ୍ମପୁର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଉଭୟ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣାକୁ ନେଇ ପଥୁରୀ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ