Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ୨୧/୦୭
ଲକ୍ଷ୍ମୀପୁର ବ୍ଲକ ବୁର୍ଜା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟମ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ଜୋଲି ମିଣିଆକା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଗୁରେଶ୍ୱର ଭୋଇ ଯୋଗ ଦେଇ ପଞ୍ଚାୟତ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ଜିପିଇଓ ପ୍ରଫୁଲ ସାହୁ,ଓଡିଶା ଜୀବିକା ମିଶନ ବିପିଏମଓ ଟୁନା ଖଟେଇ,ଖାଦ୍ୟ ଯୋଗାଣ ଅଧିକାରୀ ଆଦିତ୍ୟ ପ୍ରସାଦ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଅଂଶୁମାନ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଯେଉଁ ସବୁ ହିତାଧିକାରୀ କେୱାଇସି କରି ନାହାନ୍ତି ତୁରନ୍ତ ନିଜ ନିଜ ଚାଉଳ ସେଣ୍ଟର କୁ ଜାଇ କେ୍ୱାଇସି କରିନିୟନ୍ତୁ,ନଚେତ ପିଡିଏସ ଚାଉଳ ମିଳିବ ନାହିଁ ବୋଲି ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ନାୟକ କହିଥିଲେ।ସେହି ପରି ଆବାସ ଯୋଜନା କେତେ ପ୍ରକାର ତାହା ବୁଝାଇବା ସହ ଜଣେ ହିତାଧିକାରୀ ଏହି ଯୋଜନାରେ କିପରି ସାମିଲ ହେଇ ପାରିବ ସେ ବିଷୟରେ ବିପିସି ଜନାର୍ଦ୍ଧନ ଚୌଧୁରୀ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ସାତ ଟି ଅଭିଯୋଗ ହୋଇଥିବା ବେଳେ ବୁର୍ଜା ଗ୍ରାମ ପଞ୍ଚାୟତ ସଦର ତୋଟା ସାହିରେ ସରକାରୀ ପାଇପ ରୁ ଗୋଳିଆ ପାଣି ବାହାରୁଥିବା ମହିଳା ମାନେ ଅଭିଯୋଗ କରିବା ସହ ଏକ ବାଲ୍ଟିରେ ପାଣି ଆଣି ବିଡ଼ିଓ ଙ୍କୁ ଦେଖାଇଥିଲେ।ସେହିପରି ଦୀର୍ଘ ଦିନ ହେଲାଣି ବନ୍ଦ ପଡ଼ିଥିବା ପଞ୍ଚାୟତ ଷ୍ଟଲ ଗୁଡିକୁ ଖୋଲାଜାଉ,ବୁର୍ଜା ଗ୍ରାମର ରାଜିବ ଗାନ୍ଧୀ ସେବା କେନ୍ଦ୍ର ପାଖରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମିତ ଦୁଇଟି ଅଙ୍ଗନବାଡି ଜେନ୍ଦ୍ର ଭିତରେ ପାଣି ଗଳୁଥିବା, ଅଧିକାଂଶ କେନ୍ଦ୍ର ରେ ପାନୀୟ ଜଳର ସୁବିଧା ନଥିବା ଓ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପ ସମ୍ପୂର୍ଣ ଭାବେ ଫେଲ ମାରିଥିବା ଭଳି ଆଠଟି ବିଷୟ ବସ୍ତୁକୁ ନେଇ ଦୁଇଟି ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା।ସମସ୍ୟା ଗୁଡିକ ଦେଖି ତୁରନ୍ତ ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ଭୋଇ ପ୍ରକାଶ କରିଥିଲେ।ଏଥିରେ ଉଠା ଜଳ ସେଚନ,ଶିଶୁ କଲ୍ୟାଣ ବିଭାଗ, ଭେଟେନାରୀ ଓ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ
ଅଙ୍ଗନବାଡି,ଆଶାକର୍ମୀ,ଏମ୍ବିକେ ଓ ସିଆରପି ମହିଳା ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରି ସଞ୍ଜୀବ ବିଡିକା ପରିଚାଳନା କରିଥିବା ବେଳେ ଜିଆରଏସ୍ ଗୁଡ଼ିଆ ନାୟକ,ଦାମଦର ଖଣ୍ଡପାଣି ଓ ପୀତବାସ ବାଘ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ।