Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସନ୍ଧ୍ୟା ୭ଟାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ସମ୍ବଲପୁରୀ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ

ଭୁବନେଶ୍ୱର, ୨୩ ଜୁଲାଇ ୨୦୨୫:
ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ସଂସ୍କୃତି ଓ ଲୋକକଳାକୁ ଉଦ୍‌ଯାପିତ କରିବା ପାଇଁ ଆଜି ସନ୍ଧ୍ୟା ୭ଟାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ସମ୍ବଲପୁରୀ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଓ ବିଦେଶର କଳାପ୍ରେମୀ ଏକାତ୍ରିତ ହେବେ ଏବଂ ସମ୍ବଲପୁରୀ ସଂସ୍କୃତିର ରୂପ ଓ ସ୍ୱର ମଧ୍ୟରେ ଡୁବିଯିବେ।

ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ ବିଶିଷ୍ଟ ସାମାଜିକ କର୍ମୀ ଡ଼. ମୃଦୁଳା ଠାକୁର ପ୍ରଧାନ, ଗଣ୍ୟମାନ୍ୟ ଅତିଥି ମାନଙ୍କ ମଧ୍ୟରେ ରହିବେ ପଦ୍ମଶ୍ରୀ ଶ୍ରୀ ମିତ୍ରଭାନୁ ଗଂଟିଆ, ପଦ୍ମଶ୍ରୀ ଡ଼. ଜିତେନ୍ଦ୍ର ହରିପାଳ, ଗୁରୁ ଡ଼. ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ, ଗୁରୁ ଶ୍ରୀ ନିରଞ୍ଜନ ରାଉତ, ଓଡ଼ିଶୀ ନୃତ୍ୟାଙ୍ଗନା ରାଜଶ୍ରୀ ପ୍ରହରାଜ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟକାର ଶ୍ରୀ ସସ୍ୱତ ଜୋଷୀ, ସୁଭାଶ୍ରୀ ମୁଖର୍ଜୀ ଏବଂ ସୁଜାତା ମହାପାତ୍ର।

କାର୍ଯ୍ୟକ୍ରମର ଆରମ୍ଭ ହେବ ମହାମାୟୀ ସମଲେଇ ବନ୍ଦନା ସହିତ, ଯାହା ପଦ୍ମଶ୍ରୀ ମିତ୍ରଭାନୁ ଗଂଟିଆଙ୍କ ଦ୍ୱାରା ରଚିତ।