Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିରିଡି ସାଇ ବାବା ଙ୍କ ଦ୍ୱିତୀୟ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଲକ୍ଷ୍ମୀପୁର

ଲକ୍ଷ୍ମୀପୁର ୨୩/୦୭ .. ଲକ୍ଷ୍ମୀପୁର ସିରିଡି ସାଇ ବାବା ଙ୍କ ଦ୍ୱିତୀୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହ ରେ ପାଳିତ ହୋଇଯାଇଛି।ସିରିଡ଼ି ସାଇ ଙ୍କୁ ବିଭିନ୍ନ ପ୍ରକାର ଫଳ ମୁଳ ସହ ପୂଜା କରାଯିବା ପରେ ପଞ୍ଚାମୃତ
ଦ୍ୱାରା ସ୍ନାନ କରାଯାଇ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମନ୍ଦିର ସମ୍ମୁଖରେ ହୋମଯଂଜ୍ଞ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା।ସିରିଡ଼ି ସାଇ ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ଙ୍କ ସକାଶେ ଅନ୍ନପ୍ରସାଦ ର ବ୍ୟବସ୍ଥା  ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଥିଲା। ।ସ୍ଥାନୀୟ ଆଇଆଇସି ସୁଜ୍ଞାନୀ ସାହୁ ଓ ପୂର୍ବତନ ବିଧାୟକ କୈଳାଶ କୁଲେସିକା, ଗୋଲୋକ ଲେଙ୍କା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।ଭଜନ ସମାରୋହ ରେ ମନ୍ଦିର ପରିଚାଳନା ସଭାପତି ଏଲେଙ୍କି ରମେଶ ଙ୍କ ସଂଗୀତ ଗାନ ରେ ସିଦ୍ଧେଶ୍ଵରୀ ପବ୍ଲିକ ସ୍କୁଲ ର ଷଷ୍ଠ ଶ୍ରେଣୀ ର ଛାତ୍ରୀ ହର୍ଷିତା ସାହୁ ଓଁ ସାଇରାମ ଓ ମହାଭାରତ ର ନୃତ୍ୟ ପରିବେଷଣ କରିଥିଲେ ଭକ୍ତ ଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଡାକ୍ତର ଦେବେଶ ବେହେରା, ଖଗେଶ୍ୱର ଗରଡ଼ା, ସଂଗୀତା ମିଶ୍ର, ବସୁଧା ବେହେରା,ଉମାଶଙ୍କର କର୍କରା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।ପଞ୍ଚାନନ ଟାକ୍ରୀ ମଞ୍ଚ ପରିଚାଳନା କରିଥିବା ବେଳେ ସିରିଡ଼ି ସାଇ ସେବା ସମିତିର ଅମରେଶ ଶତପଥି,ହୃଷିକେଶ ସାହୁ,ସୁରଜ ନାୟର, ସଞ୍ଜୟ ନାୟକ,ବିରଞ୍ଚି ଡାକୁଆ ଙ୍କ ସମେତ ଅନେକ ସଦସ୍ୟ ସହଯୋଗ କରିଥିଲେ।ପ୍ରବଳ ବର୍ଷା ସତ୍ୱେ ଭକ୍ତଙ୍କ ଗହଳି ଲାଗିରହିଥିଲା।ବର୍ଷ ତମାମ ମନ୍ଦିର ରେ ସେବା ପ୍ରଦାନ କରୁଥିବା ଦୁଇ ଜଣ ମହିଳା ଙ୍କୁ ଶେଷରେ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ