Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ଉପରାଷ୍ଟ୍ରପତି ଧନଖଡ଼ ସରକାରୀ ବାସଭବନ ଛାଡ଼ିବେ, ଇସ୍ତଫା ଦେବା ରାତିରେ ହିଁ ପ୍ୟାକିଂ ଆରମ୍ଭ କରିଛନ୍ତି

ଜଗଦୀପ ଧନଖଡ଼ ଖୁବ ଶୀଘ୍ର ଉପରାଷ୍ଟ୍ରପତିଙ୍କ ବାସଭବନ ଛାଡ଼ିବେ। ସୂଚନାନୁଯାୟୀ ପୂର୍ବତନ ଉପରାଷ୍ଟ୍ରପତି ଇସ୍ତଫା ଦେବା ରାତିରେ ହିଁ ପ୍ୟାକିଂ ଆରମ୍ଭ କରିଛନ୍ତି। ଗତକାଲି ଧନଖଡ଼ଙ୍କ ଇସ୍ତଫାପତ୍ରକୁ ଔପଚାରିକ ଭାବେ ଗ୍ରହଣ କରାଯାଇଥିଲେ ମଧ୍ୟ ସେ ଇସ୍ତଫା ଘୋଷଣା କରିବା ରାତିରେ ହିଁ ଘର ଛାଡ଼ିବାପାଇଁ ଜିନିଷପତ୍ର ପ୍ୟାକିଂ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଏକାଧିକ ବିରୋଧୀ ଦଳ ନେତା ଧନଖଡ଼ଙ୍କୁ ଭେଟିବାପାଇଁ ସମୟ ନେବାକୁ ଚାହିଛନ୍ତି।

ଏପରିକି ଶିବସେନା ନେତା ସଂଜୟ ରାଉତ ଏବଂ ଏନ୍ସିପି ନେତା ଶରଦ ପାୱାର ମଧ୍ୟ ଧନଖଡ଼ଙ୍କୁ ଭେଟିବାପାଇଁ ସମୟ ମାଗିଥିଲେ। କିନ୍ତୁ ସେ କାହାକୁ ସମୟ ଦେଇନାହାନ୍ତି। ୨୦୨୨ ଅଗଷ୍ଟରେ ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଥିବା ଧନଖଡ଼ ୨୦୨୭ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥାନ୍ତେ। କିନ୍ତୁ ସେ ଅଧାରୁ ପଦ ଛାଡ଼ିଦେଲେ। ପାର୍ଲାମେଣ୍ଟ ହାଉସ୍ କମ୍ପ୍ଲେକ୍ସ ନିକଟସ୍ଥ ଚର୍ଚ୍ଚ୍ ରୋଡ୍ରେ ଏକ ନବ ନିର୍ମିତ ଭାଇସ୍ ପ୍ରେସିଡେଣ୍ଟ୍ ଏନ୍କ୍ଲେଭ୍ରେ ଧନଖଡ଼ ଗତବର୍ଷ ଏପ୍ରିଲରୁ ରହି ଆସୁଛନ୍ତି। ଏହି ‘ଭିପି ଏନ୍କ୍ଲେଭ୍’ରେ ଉଭୟ ଉପରାଷ୍ଟ୍ରପତିଙ୍କ ବାସଭବନ ଏବଂ ଅଫିସ୍ ରହିଛି। ଏହି ବାସଭବନରେ ୧୫ ମାସ ରହିବାପରେ ଧନଖଡ଼ ଏବେ ଏହାକୁ ଛାଡ଼ିଦେବେ।