Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଗଲର ସିଇଓ ସୁନ୍ଦର ପିଚାଇ ୨୦୨୪ ମସିହାରେ $୧୦.୭୩ ମିଲିଅନ ଅର୍ଥାତ୍ ୯୧.୪୨ କୋଟି ଟଙ୍କା ଦରମା ନେଇଥିଲେ, ଜାଣନ୍ତୁ ତାଙ୍କର ସମ୍ପତି କେତେ

ବିଶ୍ୱର ସର୍ବବୃହତ ଟେକ୍ କମ୍ପାନୀ ଗୁଗଲର ଭାରତୀୟ ବଂଶୋଦ୍ଭବ ସିଇଓ ସୁନ୍ଦର ପିଚାଇ ଆରବପତି(ବିଲେନିୟର୍ସ)ଙ୍କ ତାଲିକାରେ ସାମିଲ ହୋଇଛନ୍ତି। ବ୍ଲୁମବର୍ଗ ଅନୁଯାୟୀ, ତାଙ୍କ ସମ୍ପତ୍ତି ବର୍ତ୍ତମାନ $୧.୧ ବିଲିୟନ (ପ୍ରାୟ 10000 କୋଟି ଟଙ୍କା) ହୋଇଥିବାବେଳେ ଫୋର୍ବ୍ସ ଅନୁଯାୟୀ, ଏହି ସଂଖ୍ୟା $୧.୨ ବିଲିୟନ (ପ୍ରାୟ ୧୦୦ ଆରବ ଟଙ୍କା) ହୋଇଛି।

ପିଚାଇଙ୍କ ଏହି ସଫଳତାର ସ୍ୱତନ୍ତ୍ରତା ହେଲା ସେ କମ୍ପାନୀର ପ୍ରତିଷ୍ଠାତା ନ ହୋଇ ବି ତାଙ୍କ ସମ୍ପତ୍ତିରେ ଏତେ ବୃଦ୍ଧି ହୋଇଛି। ମାର୍କ ଜୁକରବର୍ଗ (ମେଟା) ଏବଂ ଜେନସେନ୍ ହୁଆଙ୍ଗ (ଏନ୍ଭିଡିଆ) ଭଳି ଟେକ୍ ଶିଳ୍ପର ଅଧିକାଂଶ କୋଟିପତି ସିଇଓ ସେମାନଙ୍କ କମ୍ପାନୀର ପ୍ରତିଷ୍ଠାତା। ଏପରି ପରିସ୍ଥିତିରେ, ଜଣେ ଅଣ-ପ୍ରତିଷ୍ଠାତା ସିଇଓଙ୍କ ପାଇଁ ଆରବପତି ହେବା ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି।

ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ୍ ବୁଧବାର ଏହାର ତ୍ରୈମାସିକ ରିପୋର୍ଟ ପ୍ରକାଶ କରିଥିଲା। ଏପ୍ରିଲ-ଜୁନ୍ ତ୍ରୈମାସିକରେ କମ୍ପାନୀର ଲାଭ $୨୮.୨ ବିଲିୟନ (ପ୍ରାୟ ୨.୩୫ ଲକ୍ଷ କୋଟି ଟଙ୍କା) ଥିବା ବେଳେ ମୋଟ ଆୟ ୯୬.୪ ବିଲିୟନ ଡଲାର (ପ୍ରାୟ ୮.୦୪ ଲକ୍ଷ କୋଟି ଟଙ୍କା) ଥିଲା। ଏହି ସଫଳତା ନେଇ କମ୍ପାନୀ କହିଛି ଯେ କୃତ୍ରିମ ବୁଦ୍ଧିମତ୍ତା (AI) ଯୋଗୁ ଏହାର ବ୍ୟବସାୟର ପ୍ରତ୍ୟେକ ଅଂଶ ଅଧିକ ମଜବୁତ ହୋଇଛି।

ବିଶ୍ୱର ସର୍ବବୃହତ ଟେକ୍ କମ୍ପାନୀ ଗୁଗଲର ସିଇଓ ସୁନ୍ଦର ପିଚାଇ ୨୦୨୪ ମସିହାରେ $୧୦.୭୩ ମିଲିଅନ ଅର୍ଥାତ୍ ୯୧.୪୨ କୋଟି ଟଙ୍କା ଦରମା ନେଇଥିଲେ। ଏହା ତାଙ୍କର ୨୦୨୩ ଦରମା ଅପେକ୍ଷା ପ୍ରାୟ ୨୨% ଅଧିକ। ୨୦୨୩ ମସିହାରେ, ସେ $୮.୮ ମିଲିଅନ (୭୪.୯୮ କୋଟି ଟଙ୍କା) ଦରମା ନେଇଥିଲେ। ଗୁଗଲର ମୂଳ କମ୍ପାନୀ ଆଲଫାବେଟର ୨୦୨୫ ପ୍ରକ୍ସି ଷ୍ଟେଟମେଣ୍ଟରେ ଏହି ସୂଚନା ଦିଆଯାଇଛି। ୨୦୨୨ ମସିହାରେ, ସୁନ୍ଦର ପିଚାଇ ୨୨୬ ମିଲିଅନ ଡଲାର ଅର୍ଥାତ୍ ୧,୯୨୫ କୋଟି ଟଙ୍କା ଦରମା ପାଇଥିଲେ। ଯେଉଁଥିରେ ପରଫର୍ମାନ୍ସ ଗୋଲ୍ସ ସହ ଷ୍ଟକ୍ ଅନୁଦାନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।