ସମ୍ବଲପୁର ଷ୍ଟେସନର ଉନ୍ନୟନ କାର୍ଯ୍ୟ ଯୋଗୁ ୨୫ ଟ୍ରେନ୍ ବାତିଲ ହୋଇଛି ଓ ୯ଟି ଟ୍ରେନ୍ର ମାର୍ଗ ପରିବର୍ତ୍ତନ


ସମ୍ବଲପୁର ଷ୍ଟେସନର ଉନ୍ନୟନ କାର୍ଯ୍ୟ ଯୋଗୁ ୨୫ ଟ୍ରେନ୍ ବାତିଲ ହୋଇଛି ଓ ୯ଟି ଟ୍ରେନ୍ର ମାର୍ଗ ପରିବର୍ତ୍ତନ କରାଯାଇଛି। ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ସୂଚନା ଅନୁସାରେ

୬୮୨୧୩ ଟିଟଲାଗଡ଼-ବିଳାସପୁର ପାସେଞ୍ଜର ଅଗଷ୍ଟ ୭ରୁ ୧୫ ତାରିଖ,
୬୮୨୧୪ ବିଳାସପୁର-ଟିଟଲାଗଡ଼ ପାସେଞ୍ଜର ଅଗଷ୍ଟ ୬ରୁ ୧୪ ତାରିଖ,
୬୮୨୧୭ ଟିଟଲାଗଡ଼-ରାୟପୁର ପାସେଞ୍ଜର ଅଗଷ୍ଟ ୬ରୁ ୧୪ ତାରିଖ,
୬୮୨୧୮ ରାୟପୁର-ଟିଟଲାଗଡ଼ ପାସେଞ୍ଜର ଅଗଷ୍ଟ ୭ରୁ ୧୫,
୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ଅଗଷ୍ଟ ୬ରୁ ୧୫ ତାରିଖ,
୫୮୩୦୪ ଜୁନାଗଡ଼ ରୋଡ୍ -ସମ୍ବଲପୁର ପାସେଞ୍ଜର ଅଗଷ୍ଟ ୭ରୁ ୧୬,
୫୮୩୦୫ ବଲାଙ୍ଗୀର-ପୁରୁଣା କଟକ ପାସେଞ୍ଜର ଅଗଷ୍ଟ ୭ରୁ ୧୫,
୫୮୩୦୬ ପୁରୁଣାକଟକ-ବଲାଙ୍ଗୀର ପାସେଞ୍ଜର ଅଗଷ୍ଟ ୭ରୁ ୧୫,
୫୮୩୦୭ ବଲାଙ୍ଗୀର-ପୁରୁଣାକଟକ ପାସେଞ୍ଜର ଅଗଷ୍ଟ ୭ରୁ ୧୫,
୫୮୩୦୮ ପୁରୁଣାକଟକ-ବଲାଙ୍ଗୀର ପାସେଞ୍ଜର ଅଗଷ୍ଟ ୭ରୁ ୧୫,
୫୮୩୦୯ ବଲାଙ୍ଗୀର-ସୋନପୁର ପାସେଞ୍ଜର ଅଗଷ୍ଟ ୭ରୁ ୧୫,
୫୮୩୧୦ ସୋନପୁର-ବଲାଙ୍ଗୀର ପାସେଞ୍ଜର ଅଗଷ୍ଟ ୮ରୁ ୧୬,
୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ ଅଗଷ୍ଟ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଏକ୍ସପ୍ରେସ ଅଗଷ୍ଟ ୭ରୁ ୧୬ ଉଭୟ ଦିଗରୁ,
ଟ୍ରେନ ନମ୍ବର ୨୦୮୦୯ ସମ୍ବଲପୁର-ନାନ୍ଦେଡ୍ ଏକ୍ସପ୍ରେସ୍ ଅଗଷ୍ଟ ୮, ୧୦, ୧୧ ଏବଂ ୧୫ ତାରିଖରେ,
ଟ୍ରେନ ନମ୍ବର ୨୦୮୧୦ ନାନ୍ଦେଡ୍-ସମ୍ବଲପୁର ଏକ୍ସପ୍ରେସ୍ ୯, ୧୧, ୧୨ ଏବଂ ୧୬ ଅଗଷ୍ଟରେ ବାତିଲ ରହିବ।
ଟ୍ରେନ ନମ୍ବର ୨୦୮୩୨ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ୍ ୭, ୧୦, ୧୨ ଏବଂ ୧୪ ଅଗଷ୍ଟରେ,
ଟ୍ରେନ ନମ୍ବର ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ୍ ଅଗଷ୍ଟ ୦୮, ୧୧, ୧୩ ଏବଂ ୧୫ ତାରିଖରେ,
ଟ୍ରେନ ନମ୍ବର ୨୨୮୦୪ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ୍ ଅଗଷ୍ଟ ୮ ଏବଂ ୧୫ ତାରିଖରେ,
ଟ୍ରେନ ନମ୍ବର ୨୨୮୦୩ ଶାଲିମାର- ସମ୍ବଲପୁର ଏକ୍ସପ୍ରେସ୍ ୯ ଏବଂ ୧୬ ଅଗଷ୍ଟରେ,
ଟ୍ରେନ ନମ୍ବର ୧୮୫୨୩ ବିଶାଖାପାଟଣା-ବନାରସ ଏକ୍ସପ୍ରେସ୍ ୧୦ ଏବଂ ୧୩ ଅଗଷ୍ଟରେ ବାତିଲ,
ଟ୍ରେନ ନମ୍ବର ୧୮୫୨୪ ବନାରସ-ବିଶାଖାପାଟଣା ଏକ୍ସପ୍ରେସ୍ ଅଗଷ୍ଟ ୧୧ ଏବଂ ୧୪,
ଟ୍ରେନ ନମ୍ବର ୧୮୩୧୧ ସମ୍ବଲପୁର-ବୌଦ୍ଧ ଏକ୍ସପ୍ରେସ୍ ୧୦ ଅଗଷ୍ଟରେ,
ଟ୍ରେନ ନମ୍ବର ୧୮୩୧୨ ବୌଦ୍ଧ-ସମ୍ବଲପୁର ଏକ୍ସପ୍ରେସ୍ ୧୨ ଅଗଷ୍ଟରେ,
ଟ୍ରେନ ନମ୍ବର ୧୮୩୧୩/୧୮୩୧୪ ବୌଦ୍ଧ-ଭୁବନେଶ୍ୱର-ବୌଦ୍ଧ ଏକ୍ସପ୍ରେସ ୧୧ ଅଗଷ୍ଟ ୨୦୨୫ରେ ବାତିଲ ରହିବ।

ଏହାଛଡ଼ା ଟ୍ରେନ୍ ନମ୍ବର ୧୮୪୫୧/୧୮୪୫୨ ତପସ୍ୱିନୀ ଏକ୍ସପ୍ରେସ ଜୁଲାଇ ୨୭ରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜଙ୍କ୍ସନ୍ ନଆସି ସରଲା-ସମ୍ବଲପୁର ସିଟି ମାର୍ଗ ଦେଇ ଚାଲିବ।
ଟ୍ରେନ ନମ୍ବର ୧୮୧୮୯ ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ ଅଗଷ୍ଟ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରୁ ସମ୍ବଲପୁର ଜଙ୍କ୍ସନ୍, ଟିଟିଲାଗଡ଼ ରାୟଗଡ଼ା ମାର୍ଗ ବଦଳରେ ଝାରସୁଗୁଡାରୁ ସମ୍ବଲପୁର ସିଟି, ଅନୁଗୁଳ, ନରାଜମାର୍ଥାପୁର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍ ମାର୍ଗ ଦେଇ ଚଳାଚଳ କରିବ।
ଟ୍ରେନ୍ ନମ୍ବର ୧୮୧୯୦ ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସ ମଧ୍ୟ ଅଗଷ୍ଟ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ସମାନ ପରିବର୍ତ୍ତିତ ମାର୍ଗରେ ଚାଲିବ।
୧୨୩୭୫ ତାମ୍ବରମ-ଜସିଡିହି ଏକ୍ସପ୍ରେସ ଅଗଷ୍ଟ ୯ରେ ବିଜୟନଗରମ୍, ଝାରସୁଗୁଡ଼ା, ଚକ୍ରଧରପୁର ମାର୍ଗ ବଦଳରେ ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ନରାଜମାର୍ଥାପୁର, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଦେଇ ଓ ଫେରନ୍ତା ପଥରେ ୧୨୩୭୬ ଜସିଡିହି-ତାମ୍ବରମ ଏକ୍ସପ୍ରେସ ଅଗଷ୍ଟ ୧୩ରେ ସମାନ ମାର୍ଗରେ ଚାଲିବ।

୨୦୮୫୮ ସାଇନଗର ଶିରିଡି -ପୁରୀ ଏକ୍ସପ୍ରେସ ଅଗଷ୍ଟ ୧୦ରେ ରାୟପୁର, ଟିଟିଲାଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା ରୋଡ୍ ମାର୍ଗ ବଦଳରେ ରାୟପୁର, ଟିଟିଲାଗଡ଼, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍ ମାର୍ଗ ଦେଇ ଚଳାଚଳ କରିବ।
୧୨୮୮୯ ଟାଟା-ଏସଏମଭିବି ବେଙ୍ଗାଲୁରୁ ଏକ୍ସପ୍ରେସ ଅଗଷ୍ଟ ୮ ତାରିଖରେ ଟାଟା, ଝାରସୁଗୁଡ଼ା, ବିଜୟନଗରମ୍ ମାର୍ଗ ବଦଳରେ ଝାରସୁଗୁଡ଼ା, ସମ୍ବଲପୁର ସିଟି, ଅନୁଗୁଳ, ନରାଜମାର୍ଥାପୁର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍ ମାର୍ଗ ଦେଇ ଚାଲିବ।
୧୨୮୯୦ ଏସଏମଭିବି ବାଙ୍ଗାଲୋର ବେଙ୍ଗାଲୁରୁ-ଟାଟା ଏକ୍ସପ୍ରେସ୍ ଅଗଷ୍ଟ ୧୧ ତାରିଖରେ ବିଜୟନଗରମ୍, ଝାରସୁଗୁଡ଼ା, ଟାଟା ମାର୍ଗ ବଦଳରେ ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ନରାଜମାର୍ଥାପୁର, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ମାର୍ଗ ଦେଇ ଚାଲିବ।
୧୨୮୩୬ ଏସ୍ଏମ୍ଭିବି ବେଙ୍ଗାଲୁରୁ-ହଟିଆ ଏକ୍ସପ୍ରେସ ଅଗଷ୍ଟ ୧୨ ତାରିଖରେ ବିଜୟନଗରମ୍, ଝାରସୁଗୁଡ଼ା, ରାଉରକେଲା ମାର୍ଗ ବଦଳରେ ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ନରାଜମାର୍ଥାପୁର, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ମାର୍ଗରେ ଚାଲିବ।

ଏହାଛଡ଼ା କିଛି ଟ୍ରେନ୍କୁ ଗନ୍ତବ୍ୟସ୍ଥଳ ପୂର୍ବରୁ ଆଂଶିକ ବାତିଲ କରାଯାଇଛି।
୧୫୦୨୮ ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ ଅଗଷ୍ଟ ୬ରୁ ୧୩ ତାରିଖ ରେଙ୍ଗାଲି ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ,
୧୫୦୨୭ ସମ୍ବଲପୁର-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ଅଗଷ୍ଟ ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ରେଙ୍ଗାଲି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ରେଙ୍ଗାଲି ଏବଂ ସମ୍ବଲପୁର ମଧ୍ୟରେ ସେବା ବାତିଲ ରହିବ।
୬୮୦୩୧ ଝାରସୁଗୁଡ଼ା-ସମ୍ବଲପୁର (ମେମୁ) ଏବଂ ୬୮୦୩୩ ଝାରସୁଗୁଡ଼ା-ସମ୍ବଲପୁର (ମେମୁ) ଅଗଷ୍ଟ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସିଟି ଷ୍ଟେସନ୍ ପର୍ଯ୍ୟନ୍ତ ଚଳାଚଳ କରିବ।
ଟ୍ରେନ ନମ୍ବର ୬୮୦୩୨ ସମ୍ବଲପୁର-ଝାରସୁଗୁଡ଼ା (ମେମୁ) ଏବଂ ଟ୍ରେନ୍ ନମ୍ବର ୬୮୦୩୪ ସମ୍ବଲପୁର-ଝାରସୁଗୁଡ଼ା (ମେମୁ) ଅଗଷ୍ଟ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସିଟି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ସମ୍ବଲପୁର ସିଟି ଏବଂ ସମ୍ବଲପୁର ଜଙ୍କ୍ସନ୍ ମଧ୍ୟରେ ସେବା ବାତିଲ ରହିବ।
ଟ୍ରେନ୍ ନମ୍ବର ୧୮୩୧୦ ଜମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ୍ ୦୭, ୦୮, ୧୦, ୧୨ ଏବଂ ୧୪ ଅଗଷ୍ଟ ୨୦୨୫ରେ ରେଙ୍ଗାଲି ଷ୍ଟେସନ୍ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ
ଟ୍ରେନ୍ ନମ୍ବର ୧୮୩୦୯ ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ୍ ୦୭, ୦୯, ୧୧, ୧୨ ଏବଂ ୧୪ ଅଗଷ୍ଟ ୨୦୨୫ରେ ରେଙ୍ଗାଲି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ।