Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଙ୍ଗାଧର ସ୍ମୃତିଭବନ ପୁନଃଦ୍ଧାର ସକାଶେ କମିଟି ଗଠନ

ବରପାଲି: ବରପାଲି ଗଙ୍ଗାଧର ସ୍ମୃତିଭବନ ପରିସରରେ ଭବନର ପୁନଃଦ୍ଧାର ଓ ଜବରଦଖଲ ଉଚ୍ଛେଦ ସମ୍ପର୍କିତ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରପାଲି ଏନଏସି ଅର୍ନ୍ତଗତ ବିଭିନ୍ନ ୱାଡର ଭିନ୍ନଭିନ୍ନ ଅନୁଷ୍ଠାନ ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କୁ ନେଇ ଡଃ.ରବିନ୍ଦ୍ର ଗଡତିୟାଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ପରିଚାଳିତ ହୋଇଥିଲା। ସଭାରେ ‘ଗଙ୍ଗାଧର ସ୍ମୃତି ଭବନ ପୁନଃନିର୍ମାଣ ସକାଶେ ମିଳିତ ଦାବୀ ହେବା ସହ ଏକ ୨୦ ଜଣିଆ କମିଟି’ ଗଠିତ ହୋଇଥିଲା। ଏହି ଅବସରରେ ସାମୁହିକ ଭାବେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ ସ୍ମୃତି ଗୁଡିକୁର ପୁନଃଦ୍ଧାର ପାଇଁ ପଦକ୍ଷେପ ନେବାକୁ ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା। ଆସନ୍ତା ୨୧ ତାରିଖ ରବିବାର ଦିନ ସ୍ଥାନିୟ ତହସିଲଦାର,ଏନଏସି ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ରେକର୍ଡ କାଗଜପତ୍ର ତଦାରଖ ସହ ଗଙ୍ଗାଧର କ୍ଲବ ସଦସ୍ୟ ମାନଙ୍କ ଉପସ୍ଥିତିରେ ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଥିଲା। ଗଙ୍ଗାଧର ସ୍ମୃତିଭବନ ନାମରେ ରହିଥିବା ଜମିର ଚିହ୍ନଟ ପ୍ରକ୍ରିୟା ସହ ପୁରୁଣା ଗଙ୍ଗାଧର ସ୍ମୃତି ଭବନର ଅବିକଲ ଢାଞ୍ଚାରେ ନୂତନ ସ୍ମୃତି ଭବନ ନିର୍ମାଣ କରିବାକୁ ସିଦ୍ଧାନ୍ତ ନିଆଯାଇଥିଲା। ପୁର୍ବରୁ ଭବନରେ ଲାଗିଥିବା ପୁରୁଣା ଫଳକକୁ ନୁତନ ଭବନରେ ଲଗାଯିବା ପାଇଁ ମନସ୍ଥ ହୋଇଥିଲା। ସେହିପରି ଜବର ଦଖଲକୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବିତ ହୋଇଥିଲା। ପୁର୍ବରୁ ରହିଥିବା ପୁରୁଣା ଭବନ ସ୍ଥାନିୟ ଜନ ସାଧାରଣଙ୍କ ଅଣି ମୂଦ୍ରା ସଂଗ୍ରହ ମାଧ୍ୟମରେ ଗଙ୍ଗାଧର ସ୍ମୃତି ଭବନ ନିର୍ମାଣ ହୋଇଥିଲା। ଅଚଂଳର ସାହିତ୍ୟ, ସାଂସ୍କୃତିକ, ରାଜନୈତିକ, ବିବାହ, ବ୍ରତ ସହ ବିଭିନ୍ନ ସଭା ସମିତି ଓ ଧାର୍ମିକ ଅନୁଷ୍ଠାନ ମାନ ଅନୁଷ୍ଠିତ ହେଉଥିବା ବରିଷ୍ଠ ନାଗରିକ ମାନେ ଦର୍ଶାଇବା ସହିତ ନିଜ ଅସନ୍ତୋଷ ପ୍ରକଟ କରିଥିଲେ। ଆଗାମୀ ଦିନରେ ବରପାଲି ସମସ୍ତ ଅନୁଷ୍ଠାନ ମାନଙ୍କର ସହଯୋଗ ପାଇଁ ଆମନ୍ତ୍ରଣ କରିବାକୁ ଧାର୍ଯ୍ୟ କରାଯିବା ସହ ସଭାଭଙ୍ଗ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ