Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ: ପିଏମ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ

ସମ୍ବଲପୁର: ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ପିଏମ କିସାନ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶର ୯କୋଟି ଚାଷୀଙ୍କୁ ୨୦ ତମ କିସ୍ତି ରେ ସହାୟତା ରାଶି ପ୍ରଦାନ କରିଛନ୍ତି I ଏହି ପରିପ୍ରେକ୍ଷୀ ରେ ଜିଲ୍ଲାସ୍ତରୀୟ ସମାରୋହ ,ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପି.ଏମ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ ସହିତ କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରିବା ପାଇଁ ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ତପଃଶ୍ୱନୀ ପ୍ରେକ୍ଷାଳୟ ଠାରେ ଆୟୋଜନ କରଯାଇଥିଲା। ଏହି ସମାରୋହ ରେ ମୁଖ୍ୟ ଅତିଥି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଶ୍ରୀ ରବିନାରାୟଣ ନାୟକ, ମାନ୍ୟବର ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ରେଢାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ୟ, ମାନ୍ୟବର ଭଟଲି ବିଧାୟକ ଶ୍ରୀ ଇରାସିସ ଆଚାର୍ଯ୍ୟ , କେନ୍ଦ୍ରମନ୍ତ୍ରୀ, ଶିକ୍ଷା, ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ଶ୍ରୀ ନାଉରି ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦୁନି ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ(ଆଇପିଏସ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି(ଆଇ.ଏ.ଏସ.), ଆଇ.ଏ.ଏସ. ପ୍ରୋବେଶନାରୀ ଶୁଭ୍ରାପଣ୍ଡା ଙ୍କ ସମେତ କୃଷକ ଭାଇବନ୍ଧୁ ପ୍ରମୁଖ ଆଭାସୀ ମାଧ୍ୟମରେ ସମାରୋହ ରେ ଯୋଗ ଦେଇଥିଲେ।
ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ରେ ନୀତି ଆୟୋଗ ଦ୍ବାରା ନିଦ୍ଧାର୍ଯ୍ୟ ପ୍ରମୁଖ ବିକାଶମୂଳକ ସୂଚକାଙ୍କରେ ୧୦୦% ସଂତୃପ୍ତି ହାସଲ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନାକଟିଦେଉଳ ବ୍ଲକ ର ଆଗଧାଡ଼ିର କର୍ମୀ, ପଞ୍ଚାୟତ ଅଧିକାରୀ, ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ପ୍ରଶାସକଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ସମ୍ମାନିତ କରାଯାଇଥିଲାଏହି ସମ୍ମାନ ସମାରୋହରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର,ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ଵରୂପାରଣୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଅଶୋକ କୁମାର ଦାସ, ରେଢାଖୋଲ ଉପଜିଲ୍ଲାପାଳ ଶ୍ରୀ ରଶ୍ମିରଞ୍ଜନ ମହନ୍ତ, ଡ଼ିପିଏମଇଉ ର ଉପନିର୍ଦ୍ଦେଶକ ଶ୍ରୀ ପ୍ରକାଶ କୁମାର ଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟକୃଷି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ, ଡିପିଏମ, ଓଏଲଏମ, ନାକଟିଦେଉଳ ବିଡିଓ ଶ୍ରୀ କ୍ଷମାନିଧି ଭୋଇ ଧନକଉଡା ବିଡିଓ, ମାନେଶ୍ବର ବିଡିଓ, ନାକଟିଦେଉଳ ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ, ବିପିଏମ ଓ ଏଲଏମ ଏବଂ ବ୍ଲକର ତୃଣମୁଳ ସ୍ତରର କର୍ମୀ ଯଥା ଅଙ୍ଗନୱାଡି କର୍ମୀ, ସହାୟକ, ଏମବିକେ, ସିଆରପି ଓ କୃଷକ ସାଥୀଙ୍କୁ କର୍ମନିପୁଣତା ପାଇଁ ସମ୍ମାନିତ କରାଯାଇଥିଲା ।
ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ) ସ୍ଵାଗତ ଭାଷଣ ଦେବା ସହ ପିଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ ଅବସରରେ ଆମ ସମ୍ବଲପୁର ଜିଲ୍ଲାର ୬୦ ହଜାର ଜଣ ଚାଷୀ ଙ୍କୁ ପ୍ରାୟ ୧୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଥିଲେ।ଏହି ସହାୟତା ରାଶି ସାହାଯ୍ୟରେ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି କିଣିବା ତ‌ଥା ସେମାନଙ୍କର ଘରୋଇ ଆବଶ୍ୟକତା ପୂରଣ କରି କୃଷକଭାଇବନ୍ଧୁ ମାନେ ନିଜର ଚାଷ ଉତ୍ପାଦନ କୁ ଦ୍ଵିଗଣିତ କରି ଆୟ ବଢାଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ।ଆମେ କେବଳ ଧାନ କରିଲେ ହେବ ନାହିଁ, ଚାଷରେ ବିକେନ୍ଦ୍ରୀକରଣ, ବିଭିନ୍ନୀକରଣ କରିବା କୁ ପଡିବ, ତେବେ ଯାଇ ଆୟ ରେ ବୃଦ୍ଧି ହେବ।ଆଗାମୀ ଦିନରେ ୧୩୮ ପଞ୍ଚାୟତ ରୁ ଅତିକମରେ ଗୋଟେ ପଞ୍ଚାୟତରେ ସମ୍ମିଳିତ କୃଷି(ଇଣ୍ଟଗ୍ଗ୍ରେଟେଡ ଫାର୍ମିଙ୍ଗ)ର କରି ଅନ୍ୟ ଗ୍ରାମ ପଞ୍ଚାୟତ ମାନଙ୍କ ପାଇଁ ଉଦାହରଣ ସୃଷ୍ଠୀ କରିବାକୁ ଚେଷ୍ଟା କରୁଛୁ।ଜାତୀୟ ସ୍ତରରେ ଆଙ୍କାକ୍ଷୀ ବ୍ଲକ ଭାବରେ ନାକଟିଦେଉଳ ବ୍ଲକ ଚତୁର୍ଥ ସ୍ଥାନରେ ରହି ୧ କୋଟି ଟଙ୍କାର ରାଶି ପାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେଥିପାଇଁ ଆଗାମୀଦିନରେ ପ୍ରତି ଗାଁ କୁ ରାସ୍ତା, ପ୍ରତି ଘରକୁ ବିଜୁଳି, ପ୍ରତି ବ୍ୟକ୍ତି କୁ ପାନୀୟ ଜଳ ଇତ୍ୟାଦି ସୁବିଧା ସୁଯୋଗ ଯୋଗାଇ ଦେଇ ଦେଶର ଗୋଟେ ଅଗ୍ରଣୀ ବ୍ଲକ ରେ ପରିଣତ କରିବାକୁ ସମସ୍ତ କୁ ଆହ୍ଵାନ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଶ୍ରୀ ରବିନାରାୟଣ ନାୟକ, ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି(ପିଏମ କିଷାନ) ଯୋଜନା ମାଧ୍ୟମରେ ଆମ ସମ୍ବଲପୁର ଜିଲ୍ଲାର ପ୍ରାୟ ୬୦ ହଜାର ଜଣ ଚାଷୀ ଙ୍କୁ ପ୍ରାୟ ୧୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି କେବଳ ସେତିକି ନୁହେଁ,ସରକାର ଙ୍କର ଅନ୍ୟ ଏକ ସୁଯୋଗ ଅଛି ଯେଉଁ ମାନେ ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରିନଥାନ୍ତି, ସେମାନ ଙ୍କ ସ୍ଵତନ୍ତ୍ର ଡ୍ରାଇଭ କରାଯାଉଛି। ସେଥିପାଇଁ ବିକଶିତ ମେଳାର ଆୟୋଜିତ କରାଯାଇ ଲୋକମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଚଳିତ ଯୋଜନା ବିଷୟରେ ଅବଗତ କରାଯାଇଥିଲା ବୋଲି ଶ୍ରୀ ନାୟକ କହିଥିଲେ । ସରକାରଙ୍କ ଦ୍ଵାରା ପ୍ରଚଳିତ ସମସ୍ତ ଯୋଜନା ର ସଠିକ ଭାବେ ଯଦି ଲୋକଙ୍କ ଙ୍କୁ ଅବଗତ କରାଯିବା, ସଚେତନତା କାର୍ଯ୍ୟକ୍ରମ କରାଯିବ ତେବେ ଯାଇ ଲୋକଙ୍କର ଉନ୍ନତି ହୋଇପାରିବ, ତେବେ ଯାଇ ଆମାର ଉନ୍ନତି ହୋଇପାରିବ।
ମୁଖ୍ୟ ଅତିଥି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ନିଜ ଅଭିଭାଷଣରେ ସମ୍ବଲପୁର ର ଗୋଟିଏ ବ୍ଲକ ଦେଶରେ ଆଙ୍କାକ୍ଷୀ ବ୍ଲକ (ଆଶ୍ପିରେସ୍ନାଲ ବ୍ଲକ) ଭାବରେ ରେ ପୃଷକୃତ ହୋଇଛି, ଯାହା ଆମ ପାଇଁ ଗର୍ବ ର ବିଷୟ ବୋଲି କହିଥିଲେ।ଆଗାମୀଦିନରେ ଯେଉଁ ଯେଉଁ ଜାଗାରେ ଆଡିବନ୍ଧ ହେବାର ଥିଲା କିମ୍ବା ଅସପୂର୍ଣ୍ଣ ଥିଲା କିମ୍ବା ବନ୍ୟା ରୋକିବା ପାଇଁ ନୂଆ ଆଡିବନ୍ଧ ର ଆବଶ୍ୟକତା ଅଛି ସେହି ଜାଗାରେ ନିର୍ମାଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ର ତୃତୀୟ ଭାଗ ପ୍ରଚଳିତ କରିବା ପାଇଁ କ୍ଯାବିନେଟ ରେ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ।ଚାଷ ରେ ଲାଭ ହେଉ କି କ୍ଷତି ହଉ, ଚାଷୀ ଯୋଗୁ ଆଜି ସଂସାର ଚାଲିଛି, ତେଣୁ ଚାଷୀ ଭାଇମାନଙ୍କର ଅର୍ଥିନୀତି କୁ ସୃଦୃଢ କରିବା ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ।ସମଗ୍ର ଭାରତ ରେ ଯଦି କେହି ରାଜ୍ୟ ସରକାର ଅଧିକ ମୂଲ୍ୟ ରେ ଧାନ କିଣୁଛି ସେ ହେଉଛି ଓଡିଶା ସରକାର,କେବଳ ସେତିକି ନୁହେଁ, ଚାଷୀ ର ଆର୍ଥିକ ଅବସ୍ତା କୁ ସୃଦୃଢ କରିବାପାଇଁ ଆମ ରାଜ୍ୟ ରେ ଅନେକ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ।
ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଧନକଉଡା(୨୬୫୫),ରେଢାଖୋଲ(୬୯୪୫), ନାକଟିଦେଉଳ(୮୧୩୫),ରେଙ୍ଗାଲି(୫୫୭୫), ବାମରା(୯୬୦୨),ଯୁଯୁମୁରା(୭୧୧୬), ମାନେଶ୍ବର(୪୩୨୯), କୁଚିଣ୍ଡା(୮୫୧୫) ଓ ଜମନକିରା(୭୯୦୫) ବ୍ଲକ ସମେତ ସମ୍ବଲପୁର ଜିଲ୍ଲାର ପ୍ରାୟ ୬୦ ହଜାର ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୨ କୋଟି ଟଙ୍କାର ଜମା ରାଶି ପ୍ରଦାନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories