ନୂତନ ଜିଲାପାଳଙ୍କୁ ଓୟୁଜେ ପକ୍ଷରୁ ସ୍ବାଗତଃ ସମ୍ବର୍ଦ୍ଧନା


ପଟ୍ଟାଙ୍ଗି , ୦୨।୦୮ନବ ନିଯୁକ୍ତ ଜିଲ୍ଲାପାଳ ମନୋଜ ସତ୍ଯବାନ ମହାଜନ ଙ୍କୁ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେଜେଡ୍ଏସଏସ) ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି । ଜିଲା ପାଳ ଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା । ସଂଘ ସଭାପତି ଶଶଧର ରାଉତ ଜିଲାପାଳ ଶ୍ରୀ ମହାଜନଙ୍କ ସହ ଜିଲ୍ଲାର ବିଭିନ୍ନ ସମାସ୍ୟା ସାଙ୍ଗକୁ ବିବାଦୀୟ କୋଟିଆ ପଞ୍ଚାୟତ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଜିଲାପାଳ ଜିଲ୍ଲାର ସମସ୍ତ ଅଞ୍ଚଳ ପରିଦର୍ଶନ କରିନଥିବା ରୁ ଆଗାମୀ ଦିନରେ ଜିଲ୍ଲାର ସାର୍ବଜନୀନ ବିକାଶ ଉପରେ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ସାମ୍ବାଦିକ ମାନେ ଯୋଗଦେଇ ଥିଲେ । ଏହି ଅବସରରେ ସଂଘର ସଭାପତି ଉତଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ଶରତ ନାୟକ, ଉପଦେଷ୍ଟା ପରିକ୍ଷିତ ବିଶ୍ଵାଳ,ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ସଂଗଠନ ସମ୍ପାଦକ ପରମେଶ୍ବର ସାହୁ , ସହ ସମ୍ପାଦକ ଶରତ କୁମାର ଧଳ, ନନ୍ଦପୁର ବ୍ଲକ ସଂଯୋଜକ ତୁଷାର ମହାନ୍ତି , ପ୍ରଣୟ ପ୍ରସାଦ ପଟ୍ଟନାୟକ ତ୍ରିଲୋଚନ ମହାରଣା,ସୂର୍ଯ୍ୟ ନାରାୟଣ ପଣ୍ଡା, ସନ୍ତୋଷ କୁମାର ପାତ୍ର, ପ୍ରଦୀପ କୁମାର ରାଉତ , ସୁଶାନ୍ତ କୁମାର ପାତ୍ର , ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।