Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଷ୍ଟା ପକ୍ଷରୁ ଶିକ୍ଷା ଅଧିକାରୀ ଙ୍କ ଅଫିସ ଆଗରେ” ଛ ” ଦଫା ଦାବି ନେଇ ଧାରଣା l

ଅସ୍ତରଙ୍ଗ : ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ବା ଓଷ୍ଟାର ଅସ୍ତରଙ୍ଗ ଶାଖା ତରଫରୁ ଶହେରୁ ଉର୍ଦ୍ଧ ଶିକ୍ଷକ ଅସ୍ତରଙ୍ଗ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ଏହି ଶିକ୍ଷକମାନେ ଦୀର୍ଘ ବର୍ଷ ହେବ ସରକାରଙ୍କୁ ନିଜ ୬ ଦଫା ଦାବି ବିଷୟରେ ଅବଗତ କରାଇ ଆସୁଥିଲେ ସୁଧା ଆଜି ପର୍ଯ୍ୟନ୍ତ ସରକାର ଏମାନଙ୍କ ଦାବୀକୁ ଗ୍ରହଣ କରୁନଥିବାରୁ ଏମାନେ ସାରା ରାଜ୍ୟରେ ବିଭିନ୍ନ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ,ଏହି ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନରେ ଅବସର ନେଇଥିବା ଓ ଅବସର ନେବାକୁ ଯାଉଥିବା କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ ଓ ଅବସର କାଳୀନ ସୁବିଧା ସୁଯୋଗ ପ୍ରଦାନ, ଅବସରର ବୟସ ସୀମା ୬୦ ବର୍ଷ ପରିବର୍ତ୍ତେ ୬୨ ବର୍ଷକୁ ବୃଦ୍ଧି,ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁମୋଦିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ ଓ ଶିକ୍ଷକ ନିଯୁକ୍ତି, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ ଟି ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ସ୍କିମକୁ ପୁନଃ ପ୍ରଚଳନ କରିବା ଭଳି ୬ ଗୋଟି ଦାବି ପାଇଁ ସଙ୍ଘର ପୁରୀ ଜିଲ୍ଲା ଯୁଗ୍ମ ସମ୍ପାଦକ ତରୁଣ କୁମାର ନାୟକଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଏହି ଆନ୍ଦୋଳନରେ ଭାଗ ନେଇଛନ୍ତି। ଆଗାମୀ ୮ ତାରିଖରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ସଙ୍ଘ ସୂଚନା ଦେଇଛି। ଯଦି ଆସନ୍ତା ୮ ତାରିଖରେ ସରକାର ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନକରିବେ ତେବେ ଅଗଷ୍ଟ ୧୬ ତାରିଖରେ ସମ୍ପୂର୍ଣ୍ଣ ସଙ୍ଘ ରାଜ୍ୟ ସ୍ତରୀୟ ଆନ୍ଦୋଳନକୁ ଓହ୍ଲାଇ ପିଏମଜି ରେ ଧାରଣା ଦେବାକୁ ଚେତାବନୀ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ