Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାରଗିଲ ସହିଦଙ୍କ ସ୍ମୃତିରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ରକ୍ତଦାନ ଶିବିର, ୧୦ ମହିଳାଙ୍କ ସମେତ ୭୧ ରକ୍ତଦାତା ଦେଲେ ରକ୍ତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାରଗିଲ ଶହୀଦ ସ୍ମୃତିରେ ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ ଏକ ବୃହତ୍ ରକ୍ତଦାନ ଶିବିର ଜିଲ୍ଲା କଂଗ୍ରେସ ସଂଯୋଜକ ଦୁର୍ଗା ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।
ଶିବିରରେ ଶ୍ରୀମତୀ ସୂତପା ମିତ୍ର, ସସ୍ମିତା ପଟ୍ଟନାୟକ, କ୍ରିଷ୍ଣା ବିଶି, ସ୍ମୃତିରେଖା ନାୟକ, ପ୍ରମିଳା କୁଲୁ, ସସ୍ମିତା ନାୟକ, ଅର୍ଣ୍ଣପୂର୍ଣ୍ଣା ବେହେରା, ତବସୁମ୍ ଖାତୁନ, ଚୂମକି ନାୟକ, ପୂର୍ଣ୍ଣିମା ଦେଇ ପ୍ରମୁଖ ଙ୍କ ସମେତ ୭୧ ଜଣ ରକ୍ତଦାନ କରି ଓ ବୁର୍ଲା,ହୀରାକୁଦ ସମ୍ବଲପୁର ର ଶତାଧିକ କର୍ମୀ କର୍ମକର୍ତ୍ତା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶିବିରକୁ ବୁର୍ଲା ମେଡ଼ିକାଲ ର ସୁପରିଟେଣ୍ଡେଣ୍ଟ ଡ଼ାକ୍ତର ପ୍ରଫେସର ଡା. ଲାଲ ମୋହନ ନାୟକ ଉଦଘାଟନ କରି ରକ୍ତଦାତାଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ। ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡ଼ାକ୍ତର ପ୍ରଫେସର ପ୍ରଦୀପ କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ସଂସ୍ଥା ତ୍ୟାଗ ର ପୃଷ୍ଠପୋଷକ ବରିଷ୍ଠ ସମାଜ ସେବିକା ସୁଲୋଚନା ପାଢ଼ୀ ଓ ବରିଷ୍ଠ ସମାଜସେବୀ ଦୁତୀକୃଷ୍ଣ ପାଢ଼ୀ ଅନ୍ୟତମ ସମ୍ମାନିତ ଅତିଥିରୁପେ ଯୋଗଦେଇଥିଲେ। ଦୁର୍ଗା ପାଢୀଙ୍କ ଦ୍ଵାରା ପ୍ରସ୍ତୁତ “ରକ୍ତଦାନ ମହାପୁଣ୍ୟ ଆସନ୍ତୁ ରକ୍ତଦାନ କରିବା” ପ୍ରଚାର ପୁସ୍ତିକା ଏହି ଅବସରରେ ଉନ୍ମୋଚନ ହୋଇଥିଲା। ଶ୍ରୀ ପାଢ଼ୀ ଏହାକୁ ଉନ୍ମୋଚନ କରିଥିଲା।
ଏହି ବୃହତ୍ ରକ୍ତଦାନ ଶିବିରକୁ ବରିଷ୍ଠ କର୍ମୀ ଦଶରଥ ଦାସ, ବିରଞ୍ଚି ମହାପାତ୍ର, ଜୀତେନ ମହାନନ୍ଦ, ରବି ରାଉତ, ନାରୀନେତ୍ରୀ ସୁତପା ମିତ୍ର, ବିନୋଦିନୀ ଦୀପ, ସସ୍ମିତା ପଟ୍ଟନାୟକ, ଶିବ ପ୍ରଧାନ, ଗୋବିନ୍ଦ ମିଶ୍ର, ଏମ ଡି ଅକ୍ତର, ସଞ୍ଜୟ ଛୁରିଆ, ଛୋଟୁ ଖାଁ, ବାବୁ ଖାଁ, ଶଙ୍କର ବଗର୍ତ୍ତି, ଶିବ ସେଠୀ, ତପନ ବେହେରା, ପ୍ରଶାନ୍ତ ମହାନ୍ତି , ବିକି ଶର୍ମା, ସୁରିନ୍ଦର ସିଂ ପ୍ରମୁଖ ପରିଚାଳନା କରିଥିଲେ। ପିସିସି ସମ୍ପାଦକ ଦିଲୀପ ଦୁରିଆ ସ୍ଵତନ୍ତ୍ର ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବୁର୍ଲା ରକ୍ତଭଣ୍ଡାର ଡ଼ାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ।
ସବୁ ରକ୍ତଦାତାଙ୍କୁ ଆସନ୍ତା ୧୫ ଆଗଷ୍ଟ, ସ୍ଵାଧୀନତା ଦିବସ ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ମାନିତ କରାଯିବ।
ଶେଷରେ ବରିଷ୍ଠ ନାଗରିକ ତ୍ୟାଗର ବରିଷ୍ଠ ଉପସଭାପତି ଡ ସନ୍ତୋଷ କାନୁନଗୋ ଧନ୍ୟବାଦ୍ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories