Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜପରିବାର କଳି; ପତ୍ନୀଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଲେ ଅର୍କେଶ, କହିଲେ ଡ୍ରାମା କରୁଛନ୍ତି ଅଦ୍ରିଜା

ଭୁବନେଶ୍ୱର: ରାଜପରିବାର କଳିକୁ ନେଇ ଜୋର ଧରିଛି ଚର୍ଚ୍ଚା। ଫିଟୁଛି ଗୁମର। ରାଜପରିବାର ବିରୋଧରେ ଯୌତୁକ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ବୋହୂ ଅଦ୍ରିଜାମଞ୍ଜରୀ। ଏଭଳି ସଙ୍ଗୀନ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାମୀ ଅର୍କେଶ ସିଂ ଦେଓ।

‘ସେ କହିଛନ୍ତି ଅଦ୍ରିଜା ଘର ଲୋକଙ୍କ ବିରୋଧରେ ମିଛ ଅଭିଯୋଗ କରିଛନ୍ତି। ପତ୍ନୀ ଆଦ୍ରିଜା ୧୦୦ କୋଟି ଟଙ୍କା ଏବଂ ନିର୍ବାଚନ ଟିକେଟ ମାଗୁଛନ୍ତି , ଦେଇ ନ ପାରିବାରୁ ଏପରି ଅଭିଯୋଗ ଆଣିଥିବା କହିଛନ୍ତି ଅର୍କେଶ ।”

‘ ଏହାସହ ଅର୍କେଶ ଆହୁରି କହିଛନ୍ତି ଯେ ଅଦ୍ରିଜା ଡ୍ରାମା କରୁଛନ୍ତି। ଡେରାଡୁନ୍‌ ସ୍ଥିତ ଘରେ ତାଙ୍କ ଭଉଣୀ ୨ ବର୍ଷ ହେବ ରହୁଛନ୍ତି। ତାଙ୍କ ବାପା ସେଠାରେ ମାସ ମାସ ଧରି ରହୁଛନ୍ତି। ମୁଁ ସେ ଘର କେବେଠୁ ଛାଡିସାରିଛି। ୬ରୁ ୮ ମାସ ହେବ ଅଦ୍ରିଜା ମୋ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି।”

‘ସେ କହିଛନ୍ତି ଯେ ବର୍ଷେ ହେବ ଆମ ଭିତରେ ବିବାଦ ଆରମ୍ଭ ହୋଇଛି। ତାଙ୍କ ବାପା ଆମ ପାଖରେ କିଛି ଡିମାଣ୍ଡ ରଖିଥିଲେ ଯାହାକୁ ପୂରଣ କରିବା ଆମ ସାମର୍ଥ୍ୟ ବାହାରେ ଥିଲା। ତାଙ୍କ ବାପା ଆମ ଘରେ ଗୁଣ୍ଡା ମଧ୍ୟ ପୁରାଉଥିଲେ।”

ଅନ୍ୟପଟେ ଅଦ୍ରିଜା ଅଭିଯୋଗ ଆଣିଛନ୍ତି, ‘ ବିବାହପରଠାରୁ ଶ୍ୱଶୁର ଅନଙ୍ଗ ଉଦୟ ଓ ଶାଶୂ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ହେଲେ ଅର୍କେଶଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା । ”

‘ ଏପରିକି ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଛିଡା ହୋଇଥିଲା ବେଳେ ତାଙ୍କ ପ୍ରଚାରରେ ବୁଲି ଭୋଟ ଭିକ୍ଷା କରିଥିବା କହିଛନ୍ତି ଅଦ୍ରିଜା। ତେବେ ଅଦ୍ରିଜା ଉତ୍ତରାଖଣ୍ଡର ଡେରାଡୁନ୍ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଉତରାଖଣ୍ଡ ଡିଜିପିଙ୍କୁ ଭେଟିଥିବା କହିଛନ୍ତି।”

ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୭ ମସିହା ନଭେମ୍ବରରେ ଉଭୟଙ୍କ ବିବାହ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ