Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ

ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ରବିବାର ରକ୍ଷାବନ୍ଧନ କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଲ ଏକତା ମଞ୍ଚ ଏବଂ ଯୁବ ମଞ୍ଚର ସଦସ୍ୟ ମାନଙ୍କୁ ପଶ୍ଚିମାଞ୍ଚଳ ନାରୀଶକ୍ତିର ସଦସ୍ୟା ମାନେ ରକ୍ଷାବନ୍ଧନ କରିବା ସହ ମଞ୍ଚ ଭିତରେ ରହିଥିବା ସଦଭାବ ଏବଂ ସୁ ସମ୍ପର୍କକୁ ଦୀର୍ଘଜୀବୀ କରିବାକୁ ଭାଇ ମାନଙ୍କ ଠାରୁ ପ୍ରତିଶ୍ରୁତି ନେଇଥିଲେ । ନାରୀଶକ୍ତିର ସଦସ୍ୟା ମାନେ ନିଜ ଘରୁ ରାକ୍ଷୀ ଏବଂ ମିଷ୍ଠାନ ନେଇ ଆସିଥିବା ବେଳେ ସମ୍ବଲପୁରୀ ଡେରାରେ ଉପସ୍ଥିତ ଭାଇ ମାନଙ୍କ ହାତରେ ରାଖୀ ବାନ୍ଧି ପବିତ୍ର ସମ୍ପର୍କକୁ ପ୍ରମାଣିତ କରିଥିଲେ । ପରିବାର ଠାରୁ ସମୟ କାଢି ସାମାଜିକ ସଙ୍ଗଠନ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବା ବେଳେ ସାମାଜିକ ଜୀବନ ମୂଲ୍ୟବୋଧ ପରିବାରର ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଏକତା ମଞ୍ଚର ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ରହିଥିବା ସୁସମ୍ପର୍କକୁ ରକ୍ଷା ବନ୍ଧନ ଜରିଆରେ ମଜବୁତ କରିଥିବା ପଶ୍ଚିମାଞ୍ଚଲ ନାରୀ ଶକ୍ତି ସଂଯୋଜିକା ପଙ୍କଜିନୀ ମେହେର କହିଛନ୍ତି । ସେହିପରି ସଙ୍ଗଠନ ମଧ୍ୟରେ ସତ ସମ୍ପର୍କ ଯୋଗୁଁ ଅନୁଷ୍ଠାନ କ୍ରମେ ପରିବାର ଭଲି ଆତ୍ମିୟ ହୋଇ ପାରିଥିବା ପଞ୍ଚିମାଞ୍ଚଳ ନାରୀଶକ୍ତିର ସମ୍ବଲପୁର ସଂଯୋଜିକା ଝୁନୁ ତ୍ରୀପାଠୀ କହିଥିଲେ । ଏହି ଅବସରରେ ଗତ ଅଗଷ୍ଠ ଏକ ତାରିଖରେ ଡେରା ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ଉପରେ ଆଳୋଚନା କରାଯାଇଥିଲା । ଏଥିରେ ମଞ୍ଚର ଅର୍ଥ ସଂଯୋଜକ ଅମିତାଭ ମାଝୀ ଖର୍ଚ୍ଚର ପ୍ରାରମ୍ଭିକ ହିସାବ ପ୍ରଦାନ କରିଥିଲେ । ଏହି ଅବସରରେ ସମ୍ବଲପୁର ଶାଖା ସଂଯୋଜକ କିଶୋର ଧରେଇଙ୍କ ଦ୍ୱାରା ପଶ୍ଚିମାଞ୍ଚଲ ନାରୀଶକ୍ତି ଏବଂ ପଶ୍ଚିମାଞ୍ଚଲ ଯୁବ ମଞ୍ଚର ସଦସ୍ୟା ସଦସ୍ୟଙ୍କ ସହ ସମ୍ବଲପୁରୀ ଦିନର ଅନ୍ୟ ଆୟୋଜକ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କାନ୍ତୀ ମେହେର, ପଙ୍କଜିନୀ ବୈଠାରୁ, ସ୍ବସ୍ତିକା ନାୟକ, ଅଲକା ମହାପାତ୍ର, ଲଲିତା ଭୋଇ, ସୁଷମା ପ୍ରଧାନ, ସଂଘମିତ୍ରା ପଣ୍ଡା, ସୁଜାତା ଗୁରୁ, ପ୍ରଜ୍ଞା ପରିମିତା ସାହୁ,ଶୋଭାଗିନି ପଟେଲ, ଲକ୍ଷ୍ମୀପ୍ରୀୟା ପ୍ରଧାନ, ଭୂମିସୂତା ମେହେର, ଛବି ପତି, ଶ୍ରୀମୟୀ ସାହୁ, ରାଜେଶ ସ୍ବାଇଁ, ରାହୁଲ ଗୁପ୍ତା, ଦଶରଥ ମେହେର, ନିଶିକାନ୍ତ ବିଶ୍ୱାଲ, ପ୍ରଥମ ପଣ୍ଡା, ଡ. ସ୍ବୟଂ ପ୍ରକାଶ ପଣ୍ଡା, ରାହୁଲ ମୋଦକ, ସୁବ୍ରତ ପ୍ରଧାନ, ହିମାଂଶୁ ସାହୁ, ଦେବୀ ପ୍ରସାଦ ଭୋଇ, ଆଲୋକ ସାହୁ, ଶଙ୍କର ମେହେର, ପ୍ରେସିସ ପଣ୍ଡା, ଶୁଭମ୍ ସାହୁ, ଶିବା ନାଥ, ଅନିକେତ ସାହୁ, ପ୍ରେମ୍ ସାହାଣୀ,ବିରଞ୍ଚି ନାୟକ, ଭବାନୀ ଶଙ୍କର ମେହେର, ସୁବୋଧ କୁମାର ଦୋରା, ମାନସ ରଞ୍ଜନ ବକ୍ସୀ, ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories