Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ନାଟକ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ

ଖଡ଼ିଆଳ : ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ନାଟକ “ସହର ସେଦିନ ଅନ୍ଧାର ଥିଲା” ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର କାନୁନଗୋଙ୍କ ରଚିତ ନାଟକକୁ ଅତି ଚମତ୍କାର ଭାବରେ ନିର୍ଦେଶନା ଦେଇଛନ୍ତି ନିର୍ଦେଶକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ ପବିତ୍ର ମୋହନ ପ୍ରଧାନ l କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକ ମାନଙ୍କୁ ଦୀର୍ଘ ଅଢେଇ ଘଣ୍ଟା ବାନ୍ଧି ରଖି ମନ୍ତ୍ରମୁଗ୍ଧ କରିଥିଲା l ଅଭିନୟରେ ବିମୋହିତ ଦର୍ଶକଙ୍କ କରତାଳିରେ ରବୀନ୍ଦ୍ର ମଣ୍ଡପ ମୁଖରିତ ହୋଇ ଉଠିଥିଲା l ପ୍ରତ୍ୟେକ କଳାକାରର ସ୍ବପ୍ନ ଥାଏ ଯେ ସେ ଦିନେ କଳାର କୋଣାର୍କ ରବୀନ୍ଦ୍ର ମଣ୍ଡପରେ ଅଭିନୟ କରୁ l ଏଭଳି ଏକ ସୁବର୍ଣ୍ଣ ସୁଯୋଗ ମିଳି ଥିବାରୁ କଳାକାର ମାନେ ନିଜକୁ ଧନ୍ୟ ମନେ କରିଛନ୍ତି l ଦୁଇ ଜଣ ନିର୍ଦେଶକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ନାଟକକୁ ମାତ୍ର କୋଡିଏ ଦିନରେ ମଞ୍ଚସ୍ଥ କରିଥିବାରୁ ରବୀନ୍ଦ୍ର ମଣ୍ଡପ କମିଟି ତରଫରୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା l ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଟୁନା ପଟ୍ଟନାୟକ, ଭବାନୀ ମହାପାତ୍ରଙ୍କ ସମେତ ଅନେକ ଦର୍ଶକ ଖଡ଼ିଆଳରୁ ରବୀନ୍ଦ୍ର ମଣ୍ଡପ ଯାଇ କଳାକାର ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ l ନାଟକରେ ବିଭିନ୍ନ ଭୂମିକାରେ ଯଥା ଅମରେନ୍ଦ୍ର ପ୍ରତାପ ଚୌଧୁରୀ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିଭୂତି ଭୂଷଣ ବିଶି, ସୀମା ରାଉତ, ସୋମନାଥ ଜଗତ, ସରସ୍ବତୀ ମହାପାତ୍ର, ଜାବେଦ ଖାନ, ଅମୁଲ୍ୟ ବାରିକ, ବିଶାଖା ହରିଜନ, ଧର୍ମବୀର ରାଉତ, ପିୟୁଷ ରଞ୍ଜନ ପଣ୍ଡା, ଗୋବିନ୍ଦ ପଣ୍ଡା, ବିଜୟ କୈବର୍ତ୍ତ ପ୍ରମୁଖ ଅଭିନୟ କରିଥିଲେ l ସଂଗୀତ ନିର୍ଦେଶନା- ରେଣୁ ରଞ୍ଜନ ବାଗ ଓ ସହଯୋଗରେ ମୁରଲୀ ଧର ପଟେଲ, ଜଳନ୍ଧର ନିଆଲ, ଜିତେନ୍ଦ୍ର ମେହେର, କ୍ଷୀରସିନ୍ଧୁ ବାରିକ ଓ କଣ୍ଠଶିଳ୍ପୀ ଜ୍ୟୋତିକା ବିଶି ଥିଲେ l ପ୍ରକାଶ ଥାଉ କି ଏହି ନାଟକ “ସହର ସେଦିନ ଅନ୍ଧାର ଥିଲା” ଆସନ୍ତା ମାସ ଜୁନ ୧୨ ତାରିଖ ସନ୍ଧ୍ୟାରେ ଖଡ଼ିଆଳ ଅଗ୍ରସେନ ଭବନରେ ପ୍ରଦର୍ଶିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ