ସମ୍ବଲପୁର:ଜିଲ୍ଲା ପ୍ରଶାସନ, ସମ୍ବଲପୁର ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତୀକରଣ ବିଭାଗ ପକ୍ଷରୁ ବୁଧବାର ଦିନ ନିଶାମୁକ୍ତ ଭାରତ ଅଭିଯାନ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା କୁ ନିଶା ମୁକ୍ତ କରିବା ଉଦ୍ଧେଶ୍ୟ ରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ ଓ ଏନ.ଏ.ସି. ଅଧୀନରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସମ୍ୱଲପୁର ଠାରେ ହୋଇଥିବା ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସମ୍ୱଲପୁର ର ରେଜିଷ୍ଟ୍ରାର ସନତ କୁମାର ନାୟକ, ଡେପୁଟି ରେଜିଷ୍ଟ୍ରାର ଉମା ଚରଣ ପତି ମଞ୍ଚାସୀନ ଅତିଥି ରୂପେ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । ଡ଼. ସଂଜୀବ କୁମାର ମିଶ୍ର, ସହକାରୀ ପ୍ରୋଫେସର, କମ୍ପୁନିଟି ମେଡିସିନ, ଭୀମସାର, ତଥା ସାଧାରଣ ସମ୍ପାଦକ, (ଇଣ୍ଡିଆନ ପବ୍ଲିକ ହେଲୁ ଏସୋସିସନ – ଓଡିଶା ଓ ହିମାଂଶୁ ପଣ୍ଡା, ବରିଷ୍ଠ ପ୍ରଶିକ୍ଷକ, ଆର୍ଟ ଓଫ ଲିଭିଙ୍ଗ, ଓଡିଶା ଶାଖା ନିଶାର କୁପ୍ରଭାବ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଜଗନ୍ନାଥ ରାଉତ, ବିତ୍ତ ନିୟନ୍ତ୍ରକ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସମ୍ବଲପୁର ମହତ୍ଵପୂର୍ଣ ଭୂମିକା ନିଭାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତୀକରଣ ବିଭାଗ, ସମ୍ବଲପୁର ର ସମସ୍ତ କର୍ମଚାରୀ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ, ଉପ-ଜିଲ୍ଲାପାଳ, ସଦର (ସାମାଜିକ ସୁରକ୍ଷା ବିଭାଗ) ର ଅଧିକାରୀ ଓ ସମସ୍ତ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଉପସ୍ଥିତ ୨୧୮ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ହୋଇଥିବା ତ୍ବରିତ କୁଇଜରେ ଭାଗ ନେଇ ୧୦ ଜଣ ପୁରସ୍କୃତ ହୋଇଥିଲେ । ସଭାକାର୍ଯ୍ୟ କୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସମ୍ବଲପୁର ସେବା ଯୋଜନାର ସଂଯୋଜକ ତଥା ଇତିହାସ ବିଭାଗର ମୁଖ୍ୟ ଡ଼. ଅତୁଲ କୁମାର ପ୍ରଧାନ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ତତ୍ତ୍ୱାବଧାନ ରେ ନିଶାଠାରୁ ଦୂରେଇ ରହିବାପାଇଁ ଶପଥ ପାଠ କରିଥିଲେ । ଶେଷରେ ସୌର ଚନ୍ଦ୍ର ପାଣି,ଡ଼ିଏସଏସଓ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁରରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ
