Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବୁଲା କୁକୁରଙ୍କୁ ନେଇ ନିଷ୍ପତ୍ତି ଶୁଣାଇଛନ୍ତି।

ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସମାଜରେ ଅନେକ ମାଂସାହାରୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜକୁ ପଶୁ ପ୍ରେମୀ ବୋଲି ଦାବି କରୁଛନ୍ତି। ଏଥିସହିତ କପିଲ ସିବଲ କହିଛନ୍ତି ଯେ କୁକୁର ମାନଙ୍କ ପାଇଁ ଆଶ୍ରୟସ୍ଥଳ ବନାଯାଇ ଦିଲ୍ଲୀ ଏନସିଆରରୁ ସେମାନଙ୍କୁ ଅଣାଯାଇ ସେମାନଙ୍କ ବାସସ୍ଥାନକୁ ପଠାଯିବା ଉଚିତ୍। ଏହା ପୂର୍ବରୁ ଅଗଷ୍ଟ ୧୧ରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଦିଲ୍ଲୀ-ଏନସିଆରର ଆବାସିକ ଅଞ୍ଚଳରୁ ସମସ୍ତ ବୁଲା କୁକୁରଙ୍କୁ ହଟାଇବା ସହ କୁକୁର କାମୁଡ଼ା ଏବଂ ରାବିଜ୍ ମାମଲାକୁ ଦୃଷ୍ଟିରେ ରଖି ୮ ସପ୍ତାହ ମଧ୍ୟରେ ସେମାନଙ୍କୁ ଆଶ୍ରୟସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ମଧ୍ୟ ଚେତାବନୀ ଦେଇଥିଲେ।

ତେବେ ବିରୋଧ ପରେ ବୁଧବାର ଦିନ ମୁଖ୍ୟ ବିଚାରପତି ବିଆର ଗଭାଇ କହିଥିଲେ ଯେ ମାନବାଧିକାର ସମ୍ମିଳନୀ (ଭାରତ) ଏନଜିଓର ଆବେଦନକୁ ଦୃଷ୍ଟିରେ ରଖି ସେ ନିଜେ ଏହି ମାମଲାର ତଦନ୍ତ କରିବେ। ତେବେ ପରେ ଏହି ମାମଲାକୁ ୩ ଜଣିଆ ବିଚାରପତିଙ୍କ ଏକ ସ୍ୱତନ୍ତ୍ର ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ