Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିସ୍ତୱାରରେ ବାଦଲଫଟା ବର୍ଷା; ୪୬ ମୃତ, ୨୦୦ରୁ ଅଧିକ ନିଖୋଜ

କିସ୍ତୱାର: ଗୁରୁବାର ଦିନ କିସ୍ତୱାରର ଚାଶୋଟି ଗାଁରେ ବାଦଲଫଟା ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ ଦୁଇ ଜଣ CISF କର୍ମଚାରୀଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି। ତେବେ ଏଥିରେ ୨୦୦ ରୁ ଅଧିକ ନିଖୋଜ ମଧ୍ୟ ହୋଇଛନ୍ତି।

ତେବେ ଏଥିମଧ୍ୟରୁ ୨୧ ଜଣଙ୍କର ମୃତଦେହ ଚିହ୍ନଟ ହୋଇଛି। ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକାରୀମାନେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପୀଡିତ ପରିବାର ମାନଙ୍କୁ ଫଟୋ ସେୟାର କରିଛନ୍ତି ଯାହାଦ୍ଵାରା ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଛି।ଏପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ଓ ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କ ଅବସ୍ଥା ଗୁରୁତର ଥିବା  କୁହାଯାଉଛି। ବନ୍ୟାରେ ଆହୁରି  ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ଅଧିକାରୀମାନେ କହିଛନ୍ତି। ବାଦଲ ଫାଟିବା ପରେ ଲୋକମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଖୋଜିବା ପାଇଁ ଫୋନ୍ ମାଧ୍ୟମରେ ଚେଷ୍ଟା କରିଥିବା କୁହା ଯାଇଛି। ତେବେ ଗୁରୁବାର ଦିନ, ଜାମ୍ମୁ ଓ କାଶ୍ମୀର ପ୍ରଶାସନ ଚୋସିଟି ଗାଁରୁ ପ୍ରାୟ ୧୫ କିଲୋମିଟର ଦୂର ପଦ୍ଦାରରେ ବନ୍ୟା ପରେ ଲୋକଙ୍କୁ ଏବଂ ତୀର୍ଥଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ଏକ ନିୟନ୍ତ୍ରଣ କକ୍ଷ-ସମ-ସହାୟତା ଡେସ୍କ ସ୍ଥାପନ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ଏହି ବିପଦ ସମୟରେ କଣ୍ଟ୍ରୋଲ୍ ରୁମ୍ ପାଇଁ ପାଞ୍ଚ ଜଣ ଅଧିକାରୀଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଛି। ପ୍ରଶାସନ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଏହି ନମ୍ବରଗୁଡ଼ିକ ହେଉଛି: ୯୮୫୮୨୨୩୧୨୫, ୬୦୦୬୭୦୧୯୩୪, ୯୭୯୭୫୦୪୦୭୮, ୮୪୯୨୮୮୬୮୯୫, ୮୪୯୩୮୦୧୩୮୧, ଏବଂ ୭୦୦୬୪୬୩୭୧୦।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ