Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ଦିବସ ମହାସମାରୋହ, ପ୍ରତିଭାଧାରୀ ଙ୍କୁ ପୁରସ୍କୁତ

ସମ୍ବଲପୁର:ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ କୃତି ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ଜୟଶଙ୍କର ପାଢ଼ୀ ପତାକା ଉତ୍ତୋଳନ କରିଥିଲେ l ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥି ମହୋଦୟଙ୍କ ପରିଚୟ ପ୍ରଦାନ ସହ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ବିଷୟରେ ଅବତାରଣା କରିଥିଲେ l ବିଦ୍ୟାଳୟ ର ଅୟନାଂଶ ଭାଇ ବ୍ୟକ୍ତି ଗତ ଗୀତ ପରିବେଷଣ କରିଥିଲେ l ମୁଖ୍ୟ ଅତିଥି ଏକ ସାଲିସ ବିହୀନ ସୁଦକ୍ଷ ରାଷ୍ଟ୍ର ଗଠନ କରିବାକୁ ମତ ବ୍ୟକ୍ତ କରିଥିଲେ l ବିଦ୍ୟାଳୟ ର ସଭାପତି ଡ଼କ୍ଟର ଦେବେନ୍ଦ୍ର ପଣ୍ଡା ଭାରତୀୟ ନାଗରିକ ହିସାବରେ ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ଥିବା ସମ୍ପର୍କ ରେ ଅବଗତ କରିଥିଲେ l ବିଦ୍ୟାଳୟ ର ସୋମ୍ୟା ସୋନାଲିକା ଭଉଣୀ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ l ସପ୍ତମ ଶ୍ରେଣୀ ର ଭଉଣୀମାନେ ଚିତାକର୍ଷକ ପିରାମିଡ଼ ପ୍ରଦର୍ଶନ କରିଥିଲେ l ପୂର୍ବ ରୁ ହୋଇଥିବା ଟାଟା ଷ୍ଟିଲ ଓ ସମ୍ବଲପୁରୀ ଦିନର ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଶେଷ ରେ ଭାଇଭଉଣୀମାନଙ୍କୁ ମିଷ୍ଠାନ ରେ ଆପ୍ୟାୟୀତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories