ଭାରତୀ ସମାଜ ପକ୍ଷରୁ ଦଶମ ସମର୍ପଣ ଉତ୍ସବ:ଗୁରୁ ପଦ୍ମସମ୍ଭବ ଓ ତନ୍ତ୍ର ସାଧିକା ଲକ୍ଷ୍ମୀକରାଙ୍କ ନାମରେ ବୃକ୍ଷ ରୋପଣ


ଲକ୍ଷ୍ମୀ ଡୁଙ୍ଗୁରୀ ବିକଶିତ ହେଲେ ପର୍ଯ୍ୟଟକ ଆକର୍ଷିତ ହେବେ
ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ରହିଥିବା ଲକ୍ଷ୍ମୀ ଡୁଙ୍ଗୁରୀରେ ରବିବାର ଭାରତୀ ସମାଜ ପକ୍ଷରୁ ଦଶମ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀଡୁଙ୍ଗୁରୀ ପାହାଡ ପାଦ ଦେଶରେ ବର ଅଶ୍ୱସ୍ତ ବୃକ୍ଷ ଲଗାଯିବା ସହ ସେଗୁଡିକୁ ସମ୍ବଲପୁରର ଏତିହାସିକ ଚରିତ୍ର ମାନଙ୍କ ନାମରେ ସମର୍ପଣ କରାଯାଇଥିଲା । ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇଙ୍କ ପୌରହିତ୍ୟରେ ଆୟୋଜିତ ପର୍ଯ୍ୟଟକରେ ଦ୍ୱିତିୟ ବୁଦ୍ଧଙ୍କ ନାମରେ ପରିଚିତ ଗୁରୁ ପଦ୍ମସମ୍ଭବ ଏବଂ ଲକ୍ଷ୍ମୀଡୁଙ୍ଗୁରୀର ନାମକରଣ ହୋଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ତନ୍ତ୍ର ସାଧିକା ତଥା ସହଜଯାନର ପ୍ରଚାରିକା ଲକ୍ଷ୍ମୀକରାଙ୍କ ନାମରେ ଗଛ ଗୁଡିକୁ ଲଗାଯାଇଥିଲା । ବୃକ୍ଷରୋପଣ ପରେ ପୂଜାର୍ଚନା କରାଯାଇ ଉଭୟଙ୍କ ନାମରେ ବୃକ୍ଷ ଗୁଡିକୁ ସମର୍ପଣ କରାଯାଇଥିଲା । ପୂର୍ବରୁ ଲକ୍ଷ୍ମୀଡୁଙ୍ଗୁରୀ ଶିଖରରେ ଲକ୍ଷ୍ମୀକରାଙ୍କ ଏକ ପ୍ରତିମୂର୍ତ୍ତୀ ମଧ୍ୟ ରହିଥିବା ନେଇ ପୁରାତନ ଲୋକେ କହିଥାନ୍ତି । ତେବେ ସଂରକ୍ଷଣ ଅଭାବରୁ ସମ୍ବଲପୁରର ଇତିହାସ ଲୁପ୍ତ ହୋଇଯାଉଥିବା ନେଇ ଭାରତୀ ସମାଜର ରାଜ୍ୟ ସଂଯୋଜକ ଡ. ସ୍ବୟଂ ପ୍ରକାଶ ପଣ୍ଡା କହିଥିଲେ । ପୁରାତନ ସମ୍ବଲ ବା ସମ୍ବଲକ ବର୍ତ୍ତମାନର ସମ୍ବଲପୁରକୁ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ବୋଲି ଏତିହାସିକ ମାନେ ମତ ଦେଉଥିବା ବେଳେ ସଚେତନତା ର ଅଭାବରୁ ସମ୍ବଲପୁର ର ଇତିହାସ ଲୋକ ଲୋଚନକୁ ଆସି ପାରୁନଥିବା ଭାରତୀ ସମାଜ ର ସଞ୍ଚାଲକ ଭବାନୀଶ ଭୋଇ କହିଥିଲେ । ତେବେ ଆଜିବି ସମ୍ବଲପୁରର କୋଣ ଅନୁକୋଣରେ ତତ୍କାଲିନ ସଂସ୍କୃତିର ଝଲକ ଦେଖତ୍ବାକୁ ମିଲୁଥିବା ବେଳେ ସଂସ୍କୃତି ଗବେଷକ ମାନେ ସମ୍ବଲପୁରୀ ସଂସ୍କୃତିକୁ ଅଷ୍ଟମ ସତାବ୍ଧୀର ବଜ୍ରଯାନ ଏବଂ ସହଜ ଯାନ ସହ ଯୋଡିଥାନ୍ତି ବୋଲି ଶ୍ରୀ ଭୋଇ କହିଥିଲେ । ଗତ ୨୦୧୬ ମସିହାରୁ ପ୍ରତିବର୍ଷ ଲକ୍ଷ୍ମୀଡୁଙ୍ଗୁରୀରେ ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ ପାଳନ କରାଯାଇ ପୁରାତନ ଇତିହାସକୁ ପୁନର୍ଜବିତ କରିବାକୁ ଉଦ୍ୟମ କରାଯାଇ ଆସୁଛି । ଏହି କ୍ରମରେ ପାହାଡ ଉପରେ ଥିବା ସାତଟି ବୃକ୍ଷକୁ ସାତବହନୀଙ୍କ ନାମରେ ସମର୍ପଣ କରାଯାଇ ପୁଜାର୍ଚ୍ଚନା କରାଯାଇଆସୁଛି । ହୀରାକୁଦ ବନ୍ଧ ର୍ନିମାଣ ସମୟର ଅନେକ ସ୍ମୃତି ଲକ୍ଷ୍ମୀଡୁଙ୍ଗୁରୀ ପାଦ ଦେଶରେ ରହିଥିବା ବେଲେ ଏହାର ସଂରକ୍ଷଣ କରାଯାଇ ଗୁରୁ ପଦ୍ମସମ୍ଭବଙ୍କ ନାମରେ ଏଠାରେ ଏକ ପ୍ରକୃତି ଉଦ୍ୟାନ ର୍ନିମାଣ କରିବାକୁ ଭାରତୀ ସମାଜ ୨୦୧୬ ମସିହାରୁ ଦାବି କରି ଆସୁଛି । ଆଜିର ସମର୍ପଣ ଉତ୍ସବରେ ପୁଣିଥରେ ପ୍ରଶାସନକୁ ଏହି ଦାବି ଉପରେ ଆଳୋଚନା କରାଯାଇଥିଲା । ସମ୍ବଲପୁର, ହୀରାକୁଦ ଏବଂ ବୁର୍ଲା ସହ ମଧ୍ୟସ୍ଥଳରେ ଏବଂ ମହାନଦୀ ତଟରେ ଏହି ସ୍ଥାନ ରହିଥିବା ବେଲେ ଏହାର ବିକାଶ ହେଲେ ଏହା ପଯର୍‌ୟଟକଙ୍କ ଁ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ଭାରତୀ ସମାଜର ଅବିନାଶ କଣ୍ଟା କହିଥିଲେ । ବିଭିନ୍ନ ଏଅତିହାସିକ ଚରିତ୍ରଙ୍କ ନାମରେ ସମର୍ପଣ କରାଯାଥିବା ବୃକ୍ଷ ଗୁଡିକର ନିୟମିତ ଯତ୍ନ ନେବା ଉପରେ ଭାରତୀ ସମାଜର ଚୁଡାମଣି ଭିମ ମତ ଉପସ୍ଥାପନ କରିଥିଲେ ।