ପଟ୍ଟାଙ୍ଗି୧୭/୦୮କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ପଡୋଶୀ ଆନ୍ଧ୍ର ସୀମାନ୍ତ ସୁଙ୍କି ଥାନା ରେ କାର୍ଯ୍ୟରତ ଏ ଏସ ଆଇ ଓଡିଶା ଏବଂ କୋରାପୁଟ ପୋଲିସ୍ ବିଭାଗ ପାଇଁ ଗୌରବ ଆଣିଛନ୍ତି । ସୂଚନା ମୁତାବକ ଗତ ୦୨/୦୮/୨୦୨୫ ରିଖ ଠାରୁ ୦୭/୦୮/୨୫ ରିଖ ପର୍ଯ୍ୟନ୍ତ କେରଳ ର କୋଚିକୋଟ୍ ରେ ଚାଲିଥିବା ପାୱାର ୱେଟ ଲିଫ୍ଟ ଖେଳ ଆୟୋଜନ ହୋଇଥିଲା । ଏଥିରେ ଓଡିଶା ରୁ କୋରାପୁଟ ଜିଲ୍ଲାର ସୁଙ୍କି ଥାନାରେ କାର୍ଯ୍ୟରତ ଏ ଏସ ଆଇ ବାବୁଲା ସାମଲ କୋରାପୁଟ ର ଅବସରପ୍ରାପ୍ତ ଶିକ୍ଷକ ବଇବ କୁମାର ତାଣ୍ଡି ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଯେଉଁ ଥିରେ କି ଏଏସଆଇ ସାମଲ ସ୍ଵର୍ଣ ପଦକ ହାସଲ କରି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣି ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ଅବସରପ୍ରାପ୍ତ ଶିକ୍ଷକ ତାଣ୍ଡି ମଧ୍ୟ ରୋପ୍ୟ ପଦକ ବିଜୟୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏଏସଆଇ ସାମଲ ଉକ୍ତ ପ୍ରତିଯୋଗିତା ତଥା ଖେଳରେ ସ୍କୁଆଟ ୨୨୫ kg,(୦୧) ବେଞ୍ଚ୍ ପ୍ରେସ ୯୦kg (୦୯) ଡେଡ ଲିପ୍ଟ ୨୨୨ . ୫kg (3) କରି ସ୍ଵର୍ଣ ପଦକ ହାସଲ କରିଥିଲେ । ଅନ୍ୟପକ୍ଷରେ ଅବସରପ୍ରାପ୍ତ ଶିକ୍ଷକ ତାଣ୍ଡି ସ୍କୁଆଟ ୧୪୫(୦୨) , ବେଞ୍ଚ ପ୍ରେସ ୧୧୭ . ୦୫kg , ଡେଡ୍ ଲିପ୍ଟ(୦୧) ୧୫୨ . ୦୫kg (୦୪) ଏହା ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଏସଆଇ ସାମଲ ସ୍ଵର୍ଣ ପଦକ ଜିତିବା କଥା ଶୁଣିବା ପରେ ରାଜ୍ୟ ପୋଲିସ୍ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ସୁଙ୍କି ଥାନା ରେ ଖୁସିର ଲହରି ଖେଳି ଯାଇଥିଲା । ଏଏସଆଇ ସାମଲ କେରଳ ରୁ ଆସିଲା ପରେ ଡିଆଇଜି ଡା କନୱର ଭିସାଲ ସିଂ , ଆରକ୍ଷୀ ଅଧିକ୍ଷକ ରୋହିତ ଭର୍ମା , ଉପ ଆରକ୍ଷୀ ଅଧିକ୍ଷକ ମୋନବ୍ରତା ସତପଥି ଏବଂ ସୁଙ୍କି ଥାନାଅଧିକାରୀ ଚତୁର୍ଭୁଜ ନାୟକ , ସାଙ୍ଗାନା ପ୍ରମୁଖ ଅଧିକାରୀ ଏଏସଆଇ ସାମିଲ୍ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
କୋରାପୁଟ ଜିଲ୍ଲା ପୋଲିସ୍ ପାଇଁ ଗୌରବ ଆଣିଲେ ସୁଙ୍କି ଏଏସ ଆଇ
