Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ  ଶୀର୍ଷକ ଖବର…….ଗଣମାଧ୍ୟମ ରେ ପ୍ରକାଶ ପାଇବା ସହାୟତା ର ହାତ ବଢ଼ାଇଲା ଏନଜିଓ ଉତ୍ତର ପ୍ରଦେଶ ର ଲୋକ୍ନୋ ରେ ହେବ ତନିଷା ର ଚିକିତ୍ସା, ଖର୍ଚ୍ଚ ହେବ ସାତ ଲକ୍ଷ…

ଲକ୍ଷ୍ମୀପୁର… ୧୮/୦୮ .. ଲକ୍ଷ୍ମୀପୁର ବ୍ଲକ ତଳକାଇପଦର ଗାଁ ର ମୀନ ହିକକା ଙ୍କ ଦୁଇ ବର୍ଷ ର ଝିଅ ତନିଷା ହିକକା ଙ୍କ ଦେହ ରେ ନିଆଁ  ଲାଗି ୫୦ ପ୍ରତିଶତ ରୁ ଉର୍ଧ୍ଵ ପୋଡି ହୋଇଯାଇଥିଲା, ଆର୍ଥିକ ସ୍ତିତି ଠିକ ନଥିବା କାରଣ ରୁ ତନିଷା ଙ୍କୁ ବ୍ରହ୍ମପୁର କିମ୍ବା କଟକ ବଡ ଡାକ୍ତରଖାନା କୁ ନେବା ସକାଶେ ଡାକ୍ତର ପରାମର୍ଶ ଦେଇଥିଲେ ସୁଧା ଆର୍ଥିକ ସ୍ତିତି ସ୍ୱଛଳ ନଥିବା ସହ ଟଙ୍କା ଅଭାବ କାରଣ ରୁ ଝିଅ କୁ କୋରାପୁଟ ରୁ ଆଣି ଗାଁ ରେ ହିଁ ରଖା ଯାଇଥିବା ଶୀର୍ଷକ ଖବର ଶୁକ୍ରବାର ଦିନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଭୁବନେଶ୍ୱର ର ଟ୍ରିଉ ହୋପ ଫାଉଣ୍ଡେସନ ନାମକ ଏନଜିଓ  ସଂସ୍ଥା ଝିଅ ର ଚିକିତ୍ସା ର ହାତ ବଢ଼ାଇଛି। ସଂସ୍ଥା ର ମୁଖ୍ୟ ବିଶ୍ୱ ରଞ୍ଜନ ନାୟକ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ଯୋଗାଯୋଗ କରିବା ପରେ ଝିଅ ର ସ୍ତିତି ଓ ପରିବାର ର ଆର୍ଥିକ ସ୍ତିତି ଅବଗତ ହୋଇ ଝିଅ ର ସମସ୍ତ ପ୍ରକାର ଚିକିତ୍ସା କରାଇବା ସକାଶେ ଆଗଭର ହୋଇଛନ୍ତି। ସଂସ୍ଥା ର ଦୁଇଜଣିଆ ଟିମରବିବାର ଲକ୍ଷ୍ମୀପୁର ରେ ପହଂଚି ଡାକ୍ତର ଖାନା ରେ ଝିଅ କୁ ଦେଖିବା ପରେ ସମସ୍ତ କାଗଜ ପତ୍ର କରିଥିଲେ। ସନ୍ଧ୍ୟା ରେ ଆହତ ତନିଷା ଙ୍କ ସହ, ତାଙ୍କ ବାପା  ମୀନ ହିକକା ଓ ମା ଙ୍କୁ ନେଇଁ ଜୁନାଗଡ଼ ଟ୍ରେନ ଯୋଗେ ଭୁବନେଶ୍ୱର ବାହାରିଥିଲେ। ଯିବା ପୂର୍ବରୁ ସମସ୍ତ  ଲିଖିତ କାଗଜ ପତ୍ର ସଂସ୍ଥା ତରଫରୁ ପ୍ରଦାନ କରାଯାଇଥିଲା।ଭୁବନେଶ୍ୱର ରେ ପହଂଚିବା ପରେ ସୋମବାର ରାଜଧାନୀ ଏକ୍ସପ୍ରେସ ରେ  ଉତ୍ତର ପ୍ରଦେଶ ର ଲୁକନୋ ଅଭିମୁଖେ ବାହାରିଛନ୍ତି… ଟେଣ୍ଡର ପାମ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ରେ ମଙ୍ଗଳବାର ଠାରୁ ଝିଅ ର ଉନ୍ନତ ଚିକିତ୍ସା ଆରମ୍ଭ କରାଯିବ ବୋଲି ହସ୍ପିଟାଲ ପକ୍ଷ ରୁ କୁହାଯାଇଛି। ଝିଅ ର ୫୦ ପ୍ରତିଶତ ଦେହ ପୋଡି ଯାଇଥିବା ବେଳେ ସେଠାରେ ୨୦ ଦିନ ରଖାଯିବ ବୋଲି ସୂଚନା ଦିଆଯାଇଛି। ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ଲାଷ୍ଟିକ ସର୍ଜେରୀ କରାଯିବ ବୋଲି ମଧ୍ୟ  ଦର୍ଶା ଯାଇଛି। ଝିଅ ର ସମସ୍ତ ପ୍ରକାର ଚିକିତ୍ସା ବାବଦକୁ ଖର୍ଚ୍ଚ ଓ ତାଙ୍କ ସାଥିରେ ଯାଇଥିବା ଝିଅ ର ବାପା ମା ଙ୍କ ସମସ୍ତ ଖର୍ଚ୍ଚ ମାଗଣାରେ ସଂସ୍ଥା ତରଫରୁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ତନିଷା ସହ ତାଙ୍କ ବାପା ମା  ଡାକ୍ତର ଖାନା ଛାଡ଼ିବା ପୂର୍ବରୁ ଲକ୍ଷ୍ମୀପୁର ର ସତ୍ୟସାଇ ସେବା ସମିତି ସମସ୍ତ ପ୍ରକାର ସହଯୋଗ କରିବା ସହ ଆର୍ଥିକ ସାହାଯ୍ୟ କରିଥିଲେ, ଏପରିକି ବିଧାୟକ ପବିତ୍ର ସାଉଁତା ଓ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା ମଧ୍ୟ ଆର୍ଥିକ ସାହାଯ୍ୟ ପ୍ରଦାନ କରି ଆଶୁ ଆରୋଗ୍ୟ କାମନା କରିଥିଲେ।ରବିବାର ରାୟଗଡା ପର୍ଯ୍ୟନ୍ତ ଟ୍ରେନ ରେ ଝିଅ କୁ ଛାଡ଼ିବା ସକାଶେ ସେବାସମିତି ର ହୃଷିକେଶ ସାହୁ, ନାରାୟଣ ମାଝୀ,ହେମନ୍ତ ମହାନନ୍ଦିଆ,ଧର୍ମେନ୍ଦ୍ର ବାଘଙ୍କ ସମେତ ସାମ୍ବାଦିକ ପରମେଶ୍ୱର ସାହୁ ଯାଇ ଜୁନାଗଡ଼ ଟ୍ରେନ ରେ ଛାଡି ଫେରିଥିଲେ। ଗୋଟିଏ ଝିଅ ର ଜୀବନ ବଞ୍ଚାଇବା ସକାଶେ ଲକ୍ଷ୍ମୀପୁର ର ଅନେକ ବ୍ୟକ୍ତି ସହଯୋଗ କରିଛନ୍ତି।
ପ୍ରକାଶ ଥାଉକି ଗତ ମଙ୍ଗଳବାର ଦିନ ତନିଷା ଙ୍କ ମା ଦାନାଇ ହିକକା ଝିଅ କୁ ଚାଷ ଜମିର କୁଡ଼ିଆ  ନିକଟରେ ଛାଡି କାଠ ସଂଗ୍ରହ କରିବାକୁ ଯାଇଥିଲା, ସେହି ସମୟରେ ତନିଷା ବିଲ ନିକଟରେ ଥିବା ନାଳ ର ପାଣି ରେ ଓଦା ହୋଇଯାଇଥିବା କାରଣରୁ କୁଡ଼ିଆ ନିକଟରେ  ଥିବା କାଠ ଚୁଲି  ରେ ନିଆଁ ସେକି ହଉଥିଲା, ଛୋଟ ଝିଅ ଟି ନିଆଁ ସେକି ହେଉଥିବା ବେଳେ ହଠାତ ସେ ଘୋଡାଇ ହୋଇଥିବା ଗାମୁଛା ରେ ନିଆଁ ଲାଗି ଯାଇଥିଲା, ନିଆଁ ଲାଗିଯିବା ପରେ ଚିତ୍କାର କରିବା ପରେ କୁଡ଼ିଆ ନିକଟରେ ଥିବା ତାଙ୍କ ବାପା ଓ ମା ଦୌଡ଼ି ଆସି ନିଆଁ କୁ ଲିଭାଇଥିଲେ, କିନ୍ତୁ ସେତିକି ସମୟ ମଧ୍ୟରେ ଝିଅ ଅଧାରୁ ଅଧିକ ପୋଡି ହୋଇଯାଇଥିଲା।ସଙ୍ଗେ ସଙ୍ଗେ ଝିଅ କୁ ଲକ୍ଷ୍ମୀପୁର ଡାକ୍ତରଖାନା ଓ ପରେ ଗୁରୁତ୍ୱର ଥିବାରୁ କୋରାପୁଟ ଏସେଲେନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ରେ କିଛିଦିନ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ନେବା ସକାଶେ କହିଥିଲେ, କିନ୍ତୁ ଆର୍ଥିକ ସ୍ତିତି ଠିକ ନଥିବା କାରଣରୁ ଝିଅ କୁ ଘରେ ନେଇଁକି ଚାଲି ଆସିଥିଲେ ପରିବାର ଲୋକେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories