Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୩୬ ତମ ପ୍ରତିଷ୍ଠା ଦିବସ ପାଳିତ..ପ୍ରତିଷ୍ଠାତା ସଭାପତି ଙ୍କ ମୃତ୍ୟୁ ଯୋଗୁଁ ଶ୍ରଦ୍ଧାଞ୍ଜଳି ଦିବସ ରୁପେ ପାଳିତ…

ଲକ୍ଷ୍ମୀପୁର ୨୦/୦୮ … ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୩୬ ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପ୍ରତିଷ୍ଠା ଦିବସକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ କରାଯାଇଛି କାରଣ ଗତ ଜୁନ ମାସ ୩ ତାରିଖରେ ରେ  ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ଜିଲ୍ଲାପାଳ ପ୍ରମୋଦ ପଟନାୟକ ଙ୍କ ର ଦେହାନ୍ତ ହୋଇଥିଲା।କାର୍ଯ୍ୟକ୍ରମ ରେ ବିଧାୟକ ପବିତ୍ର ସାଉଁତା, ପୂର୍ବତନ ସାଂସଦ ଝିନ ହିକକା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ କର୍କରା, ପୂର୍ବତନ ଡିଡ଼ବ୍ଲୁଓ ମୋହନ ଗରଡ଼ା, ଅବସର ପ୍ରାପ୍ତ ପୂର୍ବତନ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ, ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଙ୍କ ସମେତ ମହାବିଦ୍ୟାଳୟ ର କର୍ମଚାରୀ, ପୂର୍ଵ ତନ ଛାତ୍ର ପ୍ରମୁଖ ଶ୍ରୀ ପଟ୍ଟନାୟକ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ସ୍ୱତନ୍ତ୍ର ଦିବସ ଅବସର ରେ ମହାବିଦ୍ୟାଳୟ ର ପ୍ରତିଷ୍ଠା ରେ ଯେଉଁ ଅନ୍ୟ ସଦସ୍ୟ ମାନଙ୍କ ଅବଦାନ ରହିଥିଲା ଓ ସେମାନେ ଇହଧାମ କରିସାରିଛନ୍ତି ସେମାନଙ୍କ ର ମଧ୍ୟ ସ୍ମୃତି ଚାରଣା କରାଯାଇଥିଲା।ପ୍ରତିବର୍ଷ ଏହି ପ୍ରତିଷ୍ଠା ଦିବସ କୁ ଧୁମଧାମ ରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଅତି ଦୁଃଖ ର ସହ ଏହି ପ୍ରତିଷ୍ଠା ଦିବସକୁ ଶ୍ରଦ୍ଧାଞ୍ଜଳି ଦିବସ ରୁପେ ପାଳନ କରାଯାଇ ସୀମିତ ରଖାଯାଇଥିଲା।ଶ୍ରୀଯୁକ୍ତ ପଟନାୟକଙ୍କ ଏହି ମହାବିଦ୍ୟାଳୟ ଉପରେ ଅନେକ ଅବଦାନ ରହିଥିବା ବେଳେ କୋରାପୁଟ ଜିଲ୍ଲା ର ଉପାନ୍ତ ବ୍ଲକ ଭାବେ ପରିଚିତ ଲକ୍ଷ୍ମୀପୁର ବ୍ଲକର ଆଦିବାସୀ ତଥା ପଛୁଆ ବର୍ଗ ର ଛାତ୍ର ଛାତ୍ରୀ ଙ୍କ ର ଉଚ୍ଚ ଶିକ୍ଷା ର ବିକାଶ ପାଇଁ ତାଙ୍କ ର ଅନେକ ଅବଦାନ ରହିଥିଲା।ତାଙ୍କ ର ପ୍ରଚେଷ୍ଠା ରେ ୧୯୯୦ ମସିହାରେ ମହାବିଦ୍ୟାଳୟ ଟିଏ ପ୍ରତିଷ୍ଠା ହୋଇପାରିଥିଲା। ଲକ୍ଷ୍ମୀପୁର ଭଳି ଉପାନ୍ତ ଅଞ୍ଚଳ ରେ ସେ ସମୟ ରେ ଜଣେ ଛାତ୍ର କିମ୍ବା ଛାତ୍ରୀ ଉଚ୍ଚ ଶିକ୍ଷା ପାଇବା ସକାଶେ ଆର୍ଥିକ ଦୃଷ୍ଠି କୋଣରୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ, ଲକ୍ଷ୍ମୀପୁର ରେ ମହାବିଦ୍ୟାଳୟ ହୋଇପାରିଥିବା କାରଣରୁ ଲକ୍ଷ୍ମୀପୁର ଅଂଚଳ ର ଅନେକ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇପାରିବା ସହ ଭାରତ ବର୍ଷ ଅନେକ ଉଚ୍ଚ ପଦ ପଦବୀ ରେ ଅବସ୍ଥାପିତ ହୋଇପାରିଛନ୍ତି, ଏପରିକି ଅନେକ ଛାତ୍ର ଛାତ୍ରୀ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ କୁ ଅଧ୍ୟାପକ ଜଗନ୍ନାଥ ରଥ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ର ୧୫୦୦ ରୁ ଉର୍ଧ୍ଵ ଛାତ୍ର ଛାତ୍ରୀ, କର୍ମଚାରୀ ଓ ଅତିଥି ମାନଙ୍କ ଖାଦ୍ୟ ବ୍ୟବସ୍ଥା ମହାବିଦ୍ୟାଳୟ ତରଫରୁ କରାଯାଇଥିଲା।
ଖାଦ୍ୟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ