ଲକ୍ଷ୍ମୀପୁର ୨୬/୦୮ .. ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ “ଇନୋଭେସନ ଏଣ୍ଡ ଷ୍ଟାର୍ଟ ଅପ” କାର୍ଯ୍ୟକ୍ରମ ଉପରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ସଭାପତିତ୍ୱ କରିଥିବା ବେଳେ ଏହି ଦ୍ୱାରା ଭବିଷ୍ୟତରେ ଛାତ୍ର ଛାତ୍ରୀମାନେ କିପରି ସ୍ବାବଲମ୍ବୀ ହୋଇ ପାରିବେ ସେ ନେଇଁ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ଏହାର ଗୁରୂତ୍ଵ ବିଷୟରେ ଅବଗତ କରାଇ ଥିଲେ। ରିସୋର୍ସ ପର୍ସନ ଭାବେ ଓର୍ମାସ୍ ର ରାମେୟା ସିରିକା ଓ ଧବା ସିରିକା ଉପସ୍ଥିତ ରହି ହଳଦୀ, ମାଣ୍ଡିଆ, ଲେମନ ଗ୍ରାସ ତଥା ଅନ୍ୟାନ୍ଯ ଦ୍ରବ୍ୟରୁ କିପରି ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର ଜିନିଷ ପ୍ରସ୍ତୁତ ହୋଇ ପାରିବ ସେ ସମ୍ବନ୍ଧିତ ବିଭିନ୍ନ ପ୍ରକାର ପଦ୍ଧତି ବର୍ଣ୍ଣନା କରିଥିଲେ। ପ୍ରତିଯୋଗିତା ହଳଦୀ, ମାଣ୍ଡିଆ ଏବଂ ଚାପମୁକ୍ତ ଶିକ୍ଷା ବିଷୟରେ କରାଯାଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରିଥିଲେ।
ମହାବିଦ୍ୟାଳୟ ରେ ଇନୋଭେସନ ଏଣ୍ଡ ଷ୍ଟାର୍ଟ ଅପ କାର୍ଯ୍ୟକ୍ରମ
