Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଷ ହେଲା ମା ଇଦଲାମା ଠାକୁରାଣୀ ଘଟ ଯାତ୍ରା

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ମା ଇଦଲାମା ଠାକୁରାଣୀଙ୍କ ନବ ଦିନ ଧରି ଚାଲିଥିବା ଘଟ ଯାତ୍ରା ଆଜି ଶେଷ ହୋଇଛି। ନଅ ଦିନ ଧରି ଠାକୁର ଏକ ଅସ୍ଥାୟୀ ମନ୍ଦିରରେ ରହି ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ନିଜ ମନ୍ଦିରକୁ ଫେରି ଯାଇଛନ୍ତି। ଗତ ଆଠ ତାରିଖ ସୋମବାର ଦିନ ଯାତ୍ରା ଅଣା ଯାଇଥିଲା ବେଳେ ମଙ୍ଗଳବାର ଦିନ ବିଶ୍ରାମ ପରେ ବୁଧବାର ଦିନ ଠାକୁର ଘର ଘର ବୁଲି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହା ମଧ୍ୟରେ ବିଭିନ୍ନ ପ୍ରକାରର ଅଲୌକିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ଏସବୁ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା। ଆଜି ମା ନିଜ ମନ୍ଦିରକୁ ଫେରିବା ସମୟରେ ମନ୍ଦିର ନିକଟରେ ପ୍ରବଳ ଗହଳି ନଜରକୁ ଆସିଥିଲା। ଅନେକ ମାନସିକ ଧାରି ମାନେ ମୁଣ୍ଡନ ହେବାସହ ଛେଳି,କୁକୁଡା ବଳି ଦେଇଥିଲେ। ମାଙ୍କ ପିଠ ରକ୍ତ ରଞ୍ଜିତ ହୋଇ ଉଠିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ