Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର କାର୍ଯ୍ୟ କାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ l

କାକଟପୁର:ଉତ୍କଳ ସଂଗ୍ରାମୀ ସ୍ମୃତି କମିଟି କାକଟପୁର, ଅସ୍ତରଙ୍ଗ,ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାୟୀ ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ରାମ କୃଷ୍ଣ ସରସ୍ବତୀ ଶିଶୁ ମନ୍ଦିର, କାକଟପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଂପାଦକ ଶିକ୍ଷାବିତ୍ ସ୍ବପ୍ନେଶ୍ଵର ସାହୁ, ସମ୍ପାଦକ କାଳନ୍ଦୀ ଚରଣ ଛାଟୋଇ, କୋଷାଧ୍ୟକ୍ଷ କ୍ଷୀରୋଦ ମହାନ୍ତି, ପୂର୍ବତନ ସମ୍ପାଦକ ନିରୋଧ ବରଣ ମହାନ୍ତି,ଶିକ୍ଷବିତ ପ୍ରମୋଦ କୁମାର ନାୟକ, ଙ୍କ ସମେତ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ କ୍ଷେତ୍ରମୋହନ ଦାଶ, ଚିତ୍ତରଞ୍ଜନ କର,ଦୁଃଶାସନ ନାୟକ,ବିକ୍ରମ କୁମାର ଜୟସିଂହ,‌ କାର୍ଯ୍ୟକାରିଣୀ କମିଟିର ସଭ୍ୟ ଅଶୋକ କୁମାର ଶତପଥିଙ୍କ ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ଆଗାମୀ ଦିନରେ ଉତ୍କଳ ସଂଗ୍ରାମୀ ସ୍ମୃତି କମିଟିର ଭବିଷ୍ୟତ ରୂପରେଖ ଉପରେ ଖସଡ଼ା ପ୍ରସ୍ତୁତ କରିଥିଲେ। ବୈଠକର ଦ୍ଵିତୀୟାର୍ଦ୍ଧରେ କୃଷି ଓ କୃଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ କୃଷିଭିତ୍ତିକ କାକଟପୁର ଅଞ୍ଚଳରେ ପ୍ରବାହିତ ପ୍ରାଚୀ ନଦୀକୁ ସୁନାବ୍ୟା କରି ଜଳସେଚନ ସୁବିଧା,କୃଷକ ମାନଙ୍କ ସମସ୍ୟା ଓ ତା’ର ନିରାକରଣ, ଲବଣ ସତ୍ୟାଗ୍ରହ ଉପରେ ଆଲୋଚନା ମଧ୍ୟ କରାଯାଇଥିଲା।ଶେଷରେ କାକଟପୁରର ସମସ୍ୟା ଓ ଏନ୍ଏସି ମାନ୍ୟତା ପାଇଁ କାକଟପୁରର ଜନସାଧାରଣଙ୍କ ଦାବି ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଂକ କାକଟପୁର ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରାଯାଇ ସାଧାରଣ ଜନତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବା ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଓ କାକଟପୁର ର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ଗଣ ମାଧ୍ୟମ ପ୍ରତିନିଧୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେବା ସହ, ରାଜ୍ୟ ସରକାର କାକଟପୁର ନିର୍ବାଚନ ମଣ୍ଡଳୀ କୁ ବାର ମ୍ବାର ମୌଳିକ ସୁବିଧାରୁ ବଞ୍ଚିତ କରୁଥିବାରୁ କ୍ଷୋଭ ପ୍ରକାଶ ପାଇ ଥିଲା l
                                   
                                     

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ