କାବୁଲ: ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳରେ ରବିବାର ରାତିରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି।
ଆଫଗାନିସ୍ତାନ ଏବଂ ପାକିସ୍ତାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଲୋକମାନେ ଏବେ ବି ଆତଙ୍କିତ ଅଛନ୍ତି। ରବିବାର ରାତି ୧୨.୪୭ମି.ରେ ଭୂମିକମ୍ପ ହୋଇଥିଲା। ପ୍ରଥମେ ଏହାର ତୀବ୍ରତା ୬.୦ ଥିଲା ଏବଂ ଏହା ପରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଆଫଗାନିସ୍ତାନର ନାଙ୍ଗରହାର ଜନସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ନକିବୁଲ୍ଲା ରହିମି କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ, ଏହା ପରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏବେ ମୋଟ ୨୦ ଜଣଙ୍କର ଜୀବନ ଯାଇଛି।
ଏହି ମାମଲାରେ ପ୍ରତିକ୍ରିୟା ଦେଇ ତାଲିବାନ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ ଦୁଃଖ ପ୍ରକାଶ କରିଛନ୍ତି। ସେ X ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି, “ଦୁର୍ଭାଗ୍ୟବଶତଃ, ଆଜି ରାତିର ଭୂମିକମ୍ପରେ ଆମର କିଛି ପୂର୍ବ ପ୍ରଦେଶରେ ବହୁତ ଜୀବନ ଏବଂ ସମ୍ପତ୍ତିର କ୍ଷତି ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କେନ୍ଦ୍ର ଏବଂ ପଡ଼ୋଶୀ ପ୍ରଦେଶଗୁଡ଼ିକରୁ ମଧ୍ୟ ସହାୟତା ଦଳ ପହଞ୍ଚିଛନ୍ତି।”