Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷଙ୍କ କରକମଳରେ ୩ ପ୍ରକଳ୍ପ ଉଦଘାଟିତ

ବରପାଲି: ବରପାଲି ବ୍ଲକ୍ ବରମକେଲା ପଚାଂୟତରେ ଅତ୍ୟନ୍ତ ପ୍ରଯୁର୍ଯ୍ୟମନ୍ଦ ଜନ ହିତକର ୩ଟି ପ୍ରକଳ୍ପ ବରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଅଚଂଳବାସୀଙ୍କ ପକ୍ଷରୁ ବହୁବାର ଦାବୀ ହୋଇ ଆସୁଥିବା ପ୍ରକଳ୍ପ ଗୁଡିକୁ ଅଧ୍ୟକ୍ଷ ଆଚାର୍ଯ୍ୟ ଲୋକଙ୍କ ଉଦେଶ୍ୟରେ ଉତ୍ସର୍ଗିକୃତ କରିବା ସହ ସେବା କାର୍ଯ୍ୟରେ ସଫଳତାର ଏକ ମାଇଲଖୁଣ୍ଟ ନିଶ୍ଚିତ ରୂପେ ସାଜିବ ବୋଲି ମତ ଦେଇଥିଲେ। ଏହି ଅବସରରେ ଗ୍ରୀଣ୍ଡୋଲା ମହାନ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ପରିସରରେ ଏକ ଗ୍ରାମିଣ ଉଦ୍ୟାନକୁ ଅନାବରଣ କରିବା ସହ ବରମକେଲା ଗ୍ରାମରେ ଏଏନଏମ୍ ସେଣ୍ଟର୍ ଓ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଚାଷୀଭାଇଙ୍କ ସହାୟତା ପାଇଁ ସେଡ,ଛାଉଣି ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା ମାନ ଉଦଘାଟିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖଣ୍ଡହତା ପଞ୍ଚାୟତ ପୁର୍ବତନ ସରପଞ୍ଚ କ୍ଷୀରୋଦ୍ର ସାହୁ, ପିପିଲିପାଲି ଗଁନ୍ତିଆ ଦେବାଶିଷ ନନ୍ଦ, ବରମକେଲା ପଞ୍ଚାୟତ ସରପଞ୍ଚ କ୍ଷିରୋଦ୍ର ପଧାନ ଓ ସମିତି ସଭ୍ୟା ଜାମିନୀ ପଧାନ,କୁନ୍ତୀ ପଧାନ, ଗ୍ରୀଣ୍ଡୋଲା ଗଁନ୍ତିଆ ପ୍ରେମାନନ୍ଦ ମେହେର, ଇନ୍ଦ୍ରଜିତ ସତପଥି, ସୁବାସ ଚନ୍ଦ୍ର ମେହେର, ବେଦବର ପଧାନ୍, ମାନଭଞ୍ଜନ ପଧାନ,ବିହାରୀ ପଧାନ, ମହେନ୍ଦ୍ର ସାହୁ, ତ୍ରିଲୋଚନ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବରମକେଲା ପଞ୍ଚାୟତର ବହୁ ମହିଳା ଓ ପୁରୁଷ ମାନଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ ଓ ସମାଜସେବୀ ମାନେ ଉପସ୍ଥିତ ରହିଥିଲେ